ବର୍ଷେ ଭିତରେ ୨୬୩ ପଡ଼ା ଗାଁ ‘ରାଜସ୍ୱ ଗାଁ'ରେ ପରିବର୍ତ୍ତନ

ବର୍ଷେ ଭିତରେ ୨୬୩ ପଡ଼ା ଗାଁ 'ରାଜସ୍ୱ ଗାଁ'ରେ ପରିବର୍ତ୍ତନ । ଗୃହରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉତ୍ତର। ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ୱ ଗାଁ କରିବା ପାଇଁ ଯୋଜନା।ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ୍ ପରିବର୍ତ୍ତନ କରାଯାଉଛି। ରାଜସ୍ୱ ଗାଁରେ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳିପାରିବ।

263 pada villages

ରାଜଧାନୀରେ କଂଗ୍ରେସର ରଣହୁଙ୍କାର । ବିଧାନସଭା ଘେରାଉ ଅଭିମୁଖ କଂଗ୍ରେସ । ଏପଟେ ହଟ୍ଟଗୋଳ ମଧ୍ୟରେ ବି ଚାଲିଛି ବିଧାନସଭା । ବିଧାନସଭାରେ ରାଜସ୍ୱମନ୍ତ୍ରୀଙ୍କ ସୂଚନା । ଗୋଟିଏ ବର୍ଷରେ ୨୬୩ ପଡା ଗ୍ରାମକୁ ମିଳିଛି ରାଜସ୍ୱ ଗ୍ରାମର ମାନ୍ୟତା । ଆଉ 147 ପଡା ଗାଁକୁ ରାଜସ୍ୱ ଗାଁ କରିବା ନେଇ ବିଚାରାଧୀନ ଅଛି । ଯାହା ଆସନ୍ତା ଏପ୍ରିଲ ସୁଦ୍ଧା ଚୂଡାନ୍ତ ହେବ ।

ବର୍ତ୍ତମାନ ଟେକ୍‌ନୋଲୋଜି ମାଧ୍ୟମରେ ମ୍ୟାପ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍ଗେସନ କରାଯାଉଛି । ଯେଉଁଥିପାଇଁ କାମ 6 ରୁ 7 ଦିନରେ ଶେଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେ ନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରିବାକୁ କହିଛନ୍ତି ମନ୍ତ୍ରୀ । ରାଜସ୍ୱ ଗାଁ ଏକ ସ୍ୱୀକୃତି, ଯେଉଁଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳି ପାରିବ । ଦୁଷ୍ମନ୍ତ ସ୍ୱାଇଁଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+