୨୬ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ରାଜ୍ୟର ମୋହନ ମାଝୀଙ୍କ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାପରେ ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଏହା ପ୍ରଥମ ବଡ଼ଧରଣର ଅଦଳବଦଳ।

OAS Officer

ନବୀନ ପଟ୍ଟନାୟକ ସରକାରଙ୍କ ଖାସ୍ ଥିବା କିଛି ଓଏଏସ୍ ଅଫିସରଙ୍କୁ ମଧ୍ୟ ଆଜିର ବଦଳିରେ ନୂଆ ଦାୟିତ୍ୱ ମିଳିଛି । ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ୍ ଲାଲା ମନୋଜ କୁମାର ରାୟ, ଶୁଭ୍ରାଂଶୁ ମିଶ୍ର, ମନୋଜ କୁମାର ସ୍ୱାଇଁ ଓ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ପୂର୍ବ ସରକାରର ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ଆଜି ନୂଆ ନିଯୁକ୍ତି ମିଳିଛି । ରାଜ୍ୟରେ ମୋହନ ସରକାର କ୍ଷମତାସୀନ ହେବାପରେ ବିଜେଡିର ଏହି ଖାସ୍ ଅଫିସରମାନଙ୍କୁ ରାଜ୍ୟ ସଂସଦୀୟ ବ୍ୟାପାର ଓ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରିଦିଆଯାଇଥିଲା ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ଗଙ୍ଗାଧର ନାୟକଙ୍କ ଗତ ଫେବୃୟାରୀ ୧୩ତାରିଖରେ ଓଡ଼ିଶା ମାନବାଧିକାର କମିଶନଙ୍କ ସଚିବ ଭାବେ ବଦଳିକୁ ଆଜି ବାତିଲ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିଲେ, ଏବେ ମିଳିଲା ନୂଆ ଦାୟିତ୍ୱ
୧-ଲାଲା ମନୋଜ କୁମାର ରାୟ, ଡେପୁଟି ଡିଜି, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ

୨- ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ ସଚିବ, କୃଷି ଓ କୃଷକ କଲ୍ୟାଣ

୩- ରବୀନ୍ଦ୍ର କୁମାର ସେଠୀ, ଜେନେରାଲ ମ୍ୟାନେଜର, ଓଡ଼ିଶା ବନ ଉନ୍ନୟନ ନିଗମ

୪-ମନୋଜ କୁମାର ସ୍ୱାଇଁ, ଯୁଗ୍ମ କମିଶନର, ବିଡିଏ

ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ, ଏବେ ମିଳିଲା ନୂଆ ଦାୟିତ୍ୱ
୧- ପ୍ରତାପ ଚନ୍ଦ୍ର ହୋତା, ସ୍ୱତନ୍ତ୍ର ସଚିବ, ସଂସଦୀୟ ବ୍ୟାପାର

୨- ପ୍ରଶାନ୍ତ କିଶୋର ମହାପାତ୍ର, ଅତିରିକ୍ତ ସଚିବ, ଉଚ୍ଚଶିକ୍ଷା ବିଭାଗ

୩- ଏସକେ ଜମିରୁଦ୍ଦିନ, ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ

୪- ମାନସ ରଞ୍ଜନ ପାଢ଼ୀ, ଅତିରିକ୍ତ ସଚିବ, ସାଧାରଣ ପ୍ରଶାସନ ବିଭାଗ

୫- ସୁରଞ୍ଜନ ପ୍ରଧାନ, ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ

୬- ସରୋଜ କୁମାର ରାଉତ, ଅତିରିକ୍ତ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ

୭- ଅରୂପ କୁମାର ସାହୁ, ଅତିରିକ୍ତ ସଚିବ, ପଂଚାୟତିରାଜ ଓ ପାନୀୟ ଜଳ

୮- ପୂର୍ଣ୍ଣଚନ୍ଦ୍ର ଦଳେଇ, ଅତିରିକ୍ତ ସଚିବ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ

୯- ବିଜୟ କୁମାର ସ୍ୱାଇଁ, ଅତିରିକ୍ତ ସଚିବ, କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ

୧୦-ସୁକାନ୍ତ କୁମାର ପ୍ରଧାନ, ଅତିରିକ୍ତ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

୧୧-କୈଳାସ ଚନ୍ଦ୍ର ଦାସ, ଯୁଗ୍ମ କମିଶନର, ଭୁବନେଶ୍ୱର ମହାନଗର ନିଗମ

୧୨-ରଶ୍ମୀରଞ୍ଜନ ସାହୁ ମୁଖ୍ୟ, ଜେନେରାଲ ମ୍ୟାନେଜର, ଓସଡମା

୧୩- ଅଞ୍ଜନ କୁମାର ଦାସ, ଯୁଗ୍ମ ସଚିବ, ସାଧାରଣ ପ୍ରଶାସନ ବିଭାଗ

୧୪-ଅରୁଣ କୁମାର ମଲ୍ଲିକ, ଯୁଗ୍ମ ସଚିବ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ

୧୫- ଦୀନକୃଷ୍ଣ କର, ଯୁଗ୍ମ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ

ଅନ୍ୟ ବରିଷ୍ଠ ଓଏଏସ୍‌ଙ୍କୁ ନୂଆ ଦାୟିତ୍ୱ
୧- ପ୍ରତାପ କୁମାର ମିଶ୍ର, ସ୍ୱତନ୍ତ୍ର ସଚିବ, ସାଧାରଣ ଉଦ୍ୟୋଗ ବିଭାଗ

୨- ସୁକାନ୍ତ କୁମାର ବେହେରା, ସଚିବ, ଓଡ଼ିଶା ମାନବାଧିକାର କମିଶନ

୩- କୃତିବାସ ରାଉତ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ

୪-ବିବେକାନନ୍ଦ ସାହୁ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ

୫- ବିଥିକା ସ୍ୱାଇଁ, ଅତିରିକ୍ତ କମିଶନର, ଚକବନ୍ଦୀ ଓ ବନ୍ଦୋବସ୍ତ,ବାଲେଶ୍ୱର

୬- ସବ୍ୟସାଚୀ ହୋତା, ଜେନେରାଲ ମ୍ୟାନେଜର, ଓକାକ୍‌, ଭୁବନେଶ୍ୱର

୭- ଚିନ୍ମୟ କୁମାର ଆଚାର୍ଯ୍ୟ, ଯୁଗ୍ମ ସଚିବ, ସଂସଦୀୟ ବ୍ୟାପାର

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+