ହୀରାକୁଦର ୨୬ ଗେଟ ଦେଇ ହେଉଛି ଜଳ ନିଷ୍କାସନ: ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ, ଲୋକେ ହନ୍ତସନ୍ତ
ବଢୁଛି ଜଳସ୍ତର । ହୀରାକୁଦର ୨୬ ଗେଟ ଖୋଲା ରହିଛି । ଆଉ କିଛି ସମୟ ପୂର୍ବରୁ ୪ଟି ଗେଟ୍ ଖୋଲିଛି । ଫଳରେ ୨୬ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ । ବର୍ତ୍ତମାନ ୪,୪୩,୭୮୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩,୬୨,୮୪୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ତଳମୁଣ୍ଡରେ ଫୁଲୁଛି ମହାନଦୀ । ମୁଣ୍ଡୁଳି ଥରେ ୬ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୭.୮୭ ଫୁଟ ରହୁଥିଲା ।
ମହାନଦୀ ଫୁଲିବା ପରେ ରାସ୍ତାରେ ପାଣି ରହିଛି । ହରଭଙ୍ଗା-ବୌଦ୍ଧ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୌଦ୍ଧରେ ପାଣି ଘେରରେ ୧୦ ପଞ୍ଚାୟତର ପ୍ରାୟ ୪୦ ଗାଁ ରହିଛି । ଜଗନ୍ନାଥସଡ଼କ ବାଲଟ ନାଳ ଉପରେ ୫ ଫୁଟ୍ର ପାଣି ପ୍ରବାହିତ ହେଉଛି ।
ହରଭଙ୍ଗା-ଖଣ୍ଡିଧଳପୁର-ରାମଗଡ଼-ହାଟଗାଁରେ ୫ ଫୁଟ୍ର ପାଣି । ସେହିପରି ହରଭଙ୍ଗା ବ୍ଲକ ସହ ଜଗନ୍ନାଥସଡ଼କକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
କଟକ ଜିଲ୍ଲା ଟାଙ୍ଗିରୁ ସାଲେପୁରକୁ ସଂଯୋଗ କରୁଥିବା ମେଣ୍ଢାଖାଇ ସେତୁ ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି । ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି ଲୋକେ । ଦୁଇ ଦୁଇ ବିଧାୟକ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ମଧ୍ୟ ସେତୁ ନିର୍ମାଣ କାର୍ଯ୍ୟ ସରୁନି ।

ହୁଳୁହୁଳା ନଦୀ ପୋଲ ଉପରେ ୨ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଶିମିଳିପୁର-ବିଲିପଡ଼ା ରାସ୍ତା କଇଁଆନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି ।
ସେହିପରି ମାଳତିଗୁଣ୍ଡେରପୁର ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି । ହୀରାକୁଦର ଆଉ ୪ ଗେଟ୍ ଖୋଲିବାରୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି । ପୋଲ ଉପରେ ପାଣି ଯୋଗୁଁ ସମ୍ବଲପୁର-ସୋନପୁର ଯାତାୟାତ ଠପ୍ ହୋଇ ଯାଇଛି ।












Click it and Unblock the Notifications