କଟିଲାଣି ୨୬ହଜାର ରାସନ କାର୍ଡ; ରାସନ କାର୍ଡ ଫେରାଇଥିବା ସରକାରୀ କର୍ମଚାରୀ ମଧ୍ୟରେ ମୟୂରଭଞ୍ଜରୁ ସର୍ବାଧିକ
ରାଜ୍ୟର ୧୮ହଜାର ୪୪୨ଜଣ ସରକାରୀ କର୍ମଚାରୀ ଓ ଅଧିକ ଆୟ ଥିବା ୮ହଜାର ୧୫୦କୁ ମିଶାଇ ମୋଟ ୨୬ ହଜାର ୫୯୨ଜଣଙ୍କ ରାସନ କାର୍ଡ କଟି ଯାଇଥିବା ସୂଚନା ମିଳିଛି । ତେବେ ରାସନ କାର୍ଡ ଫେରାଇଥିବା ସରକାରୀ କର୍ମଚାରୀ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ରହିଛନ୍ତି ।
ସୂଚନା ମୁତାବକ, ମୟୂରଭଞ୍ଜରରେ ସର୍ବାଧିକ ୧୩୬୪ ଜଣ ସରକାରୀ କର୍ମଚାରୀ ରାସନ କାର୍ଡ ଫେରାଇଛନ୍ତି । ଏହା ପଛକୁ ରହିଛି ବାଲେଶ୍ବର, କଟକ ଓ ଖୋର୍ଦ୍ଧା ଜିଲ୍ଲା ।
ସେହିପରି ଅଧିକ ଆୟ ଥିବା ସତ୍ତ୍ବେ ଯେଉଁମାନେ ରାସନ କାର୍ଡ ହାତେଇଥିଲେ ସେମାନଙ୍କ କାର୍ଡକୁ ମଧ୍ୟ କାଟି ଦିଆଯାଇଛି । କଟକରୁ ସର୍ବାଧିକ ୧୫୩୩ ଜଣଙ୍କ କାର୍ଡ କଟିଥିବା ବେଳେ ନୟାଗଡ଼ ୧୦୦୬, ଅନୁଗୁଳ ୭୦୬ ଓ ଖୋର୍ଦ୍ଧାରୁ ୪୯୦ ଜଣଙ୍କ କାର୍ଡ କଟିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ରହିଥିବା ନିୟମ ଅନୁଯାୟୀ ଆରସିଏମଏସ୍ ପୋର୍ଟାଲରେ ୧ଲକ୍ଷ ୭୮ହଜାର ୭୪ଜଣଙ୍କ ରାସନ କାର୍ଡ ଯାଞ୍ଚ କରିବାକୁ କୁହାଯାଇଥିଲା । ଯାହାପରେ ଏହି ନିଷ୍ପତ୍ତି ନିଆଯାଇଛି ।

ସେହିପରି ରାସନ କାର୍ଡଥିବା ଲୋକର ମୃତ୍ୟୁ ସତ୍ତ୍ବେ ତାଙ୍କ ନାମରେ ରାସନ ସାମଗ୍ରୀ ଉଠୁଥିବା ନେଇ ଅଭିଯୋଗ ହେଉଥିଲା । ତେଣୁ ଏହାକୁ ରୋକିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିଥିଲେ । ଯାହାକୁ ନେଇ ୫ଲକ୍ଷ ମୃତକଙ୍କ ରାସନ କାର୍ଡକୁ କାଟି ଦିଆଯାଇଛି । ଅପରପକ୍ଷରେ ରାଜ୍ୟରେ କେତେ ସଂଖ୍ୟକ ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ରାସନ କାର୍ଡ କଟାଯାଇଛି ।
ତେବେ ହିତାଧିକାରୀଙ୍କ ଇ-କେୱାଇସି ପ୍ରକ୍ରିୟାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ସମୁଦାୟ ୩କୋଟି ୨୮ଲକ୍ଷ ୧୮ହଜାର ୧୭୪ଜଣଙ୍କ ଇ-କେୱାଇସି କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଲକ୍ଷରୁ ଅଧିକ ହିତାଧିକାରୀ ନିଜର ଇ-କେୱାଇସି କରିନାହାନ୍ତି । ରାଜ୍ୟ ବାହାରେ ରହୁଥିବା ୧ଲକ୍ଷ ୪୧ହଜାର ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications