Get Updates
Get notified of breaking news, exclusive insights, and must-see stories!

ରାଉରକେଲା ଇସ୍ପାତ କାରଖାନାର ୨୫୨୫ ଜଣ କର୍ମଚାରୀ କରୋନା ପଜିଟିଭ୍

ରାଉରକେଲା ଇସ୍ପାତ କାରଖାନାରେ ୨୫୨୫ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ସେଥି ମଧ୍ୟରୁ ୧୭୨୫ ଜଣ କର୍ମଚାରୀ ସୁସ୍ଥ ହୋଇ ସାରିଥିବା ବେଳେ ଅନ୍ୟ ୮ ଶହ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

ରାଉରକେଲା: ରାଜ୍ୟରେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି । କିଛି ଦିନ ବୃଦ୍ଧି ପରେ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା ସାମାନ୍ୟ ଖସିଛି । ମାତ୍ର ଜିଲ୍ଲାରେ ଦୈନିକ ସଂକ୍ରମଣ ହ୍ରାସ୍ ପାଉଥିବା ବେଳେ ରାଉରକେଲା ଇସ୍ପାତ କାରଖାନା (ଆରଏସପି)ରୁ ୨୫ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Rourkela Steel Plant

ରାଉରକେଲା ଇସ୍ପାତ କାରଖାନାରେ ୨୫୨୫ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ସେଥି ମଧ୍ୟରୁ ୧୭୨୫ ଜଣ କର୍ମଚାରୀ ସୁସ୍ଥ ହୋଇ ସାରିଥିବା ବେଳେ ଅନ୍ୟ ୮ ଶହ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ରାଉରକେଲା ଇସ୍ପାତ କାରଖାନା ଭିତରେ କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି କରାଯାଇଥିବା ପିଆର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଏଯାବତ୍ ୪୮ ହଜାର ୯୫୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୯ ହଜାର ୯୭୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୩୬ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଜିଲ୍ଲାରେ ୮ ହଜାର ୭୪୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+