ରଥଯାତ୍ରା ପାଇଁ ଚାଲିବ ୨୫୦ଟି ସ୍ୱତନ୍ତ୍ର ବସ
ପୁରୀ:ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତଙ୍କ ଯାତ୍ରା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ଭକ୍ତଙ୍କର ଭିଡକୁ ନଜରରେ ରଖି ବିଭିନ୍ନ ରୁଟରେ ୨୫୦ଟି ସ୍ୱତନ୍ତ୍ର ବସ ଚାଲିବ ବୋଲି ସୂଚନା ଦେଇଛନ୍ତି ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ।
ସୂଚନା ଅନୁସାରେ, ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଭକ୍ତଙ୍କର ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ଅସ୍ଥାୟୀ ବିଶ୍ରାମସ୍ଥଳୀ, ଶୌଚାଳୟର ବ୍ୟବସ୍ଥା କରାଯାଇଛି ସେହିପରି ଯାତ୍ରୀଙ୍କ ଗାଧୁଆପାଧୁଆ ସାଙ୍ଗକୁ ଶୌଚାଦି କାର୍ଯ୍ୟ ପାଇଁ ମୋବାଇଲ୍ ଟଏଲେଟର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ବିଭିନ୍ନ ରୁଟରେ ୨୫୦ଟି ସ୍ୱତନ୍ତ୍ର ବସ ଚାଲିବ ବୋଲି ସୂଚନା ରହିଥିବା ବେଳେ ଭୁବନେଶ୍ୱର, କୋଣାର୍କ ପାର୍ଶ୍ୱରୁ ଚାଲୁଥିବା ସ୍ୱତନ୍ତ୍ର ବସ ସହ ଦୈନିକ ଯାତାୟାତ କରୁଥିବା ବସର ପାର୍କିଂ ପାଇଁ ତାଳବଣିଆଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ବସ ଯାତ୍ରୀବାହୀ ବସ ମାଳତୀପାଟପୁର ବସଷ୍ଟାଣ୍ତରେ ପାର୍କିଂ କରିବା ନେଇ ସୂଚନା ରହିଛି ।
ସେହିପରି ସୁରକ୍ଷା ବ୍ୟବସ୍ଥା ପାଇଁ ବିଭିନ୍ନ ସ୍ଥାନରେ ସ୍ୱାଡ ନିୟୋଜିତ ହେବେ । ଟ୍ରାଫିକର ସୁବ୍ୟବସ୍ଥା ପାଇଁ ଅସ୍ଥାୟୀ ପୋଲିସ ପୋଷ୍ଟ ମଧ୍ୟ କରାଯିବ ବୋଲି ସୂଚନା ରହିଛି ।












Click it and Unblock the Notifications