ଚଳିତ ବର୍ଷ ହୀରାକୁଦକୁ ଆସିଛନ୍ତି 25 ହଜାର ଅଧିକ ପକ୍ଷୀ । ଏହି ପ୍ରଜାତିର ବିଦେଶୀ ପକ୍ଷୀ ସବୁଠୁ ଅଧିକା
ଚଳିତ ବର୍ଷ ହୀରାକୁଦକୁ ଆସିଛନ୍ତି 25 ହଜାର ଅଧିକ ପକ୍ଷୀ
ସମ୍ବଲପୁର : ପ୍ରତିବର୍ଷ ଶୀତ ଋତୁରେ ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୁଏ । ଅନେକ ପ୍ରଜାତିର ବିଦେଶୀ ପକ୍ଷୀ ହିରାକୁଦ ଜଳଭଣ୍ଡାରରେ ଦେଖିବାକୁ ମିଳେ । ଚଳିତ ଶୀତ ଋତୁରେ ହୀରାକୁଦ ଜଳଭଣ୍ଡାରରେ 98 ପ୍ରଜାତିର ପକ୍ଷୀ ଆସିଥିବା ରେକର୍ଡ କରାଯାଇଛି । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚଳିତଥର 1 ଲକ୍ଷ 24 ହଜାର 864 ପକ୍ଷୀ ଆସିଥିବା ଜଣାପଡିଛି । ଏଥି ମଧ୍ୟରୁ 41 ପ୍ରଜାତିର ବିଦେଶୀ ପକ୍ଷୀ ଅଛନ୍ତି ବୋଲି ହୀରାକୁଦ ବନ୍ୟ ପ୍ରାଣୀ ଡିଭିଜନ ଡିଏଫଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ଗତବର୍ଷ ତୁଳନାରେ ଚଳିତବର୍ଷ 25 ହଜାର ପକ୍ଷୀ ଅଧିକ ଆସିଥିବା ଜଣାପଡିଛି ।

352.85 ବର୍ଗ କିଲୋମିଟର ପରିମିତ ହୀରାକୁଦ ଜଳଭଣ୍ଡାର ଓ 16.21 ବର୍ଗ କିଲୋମିଟର ପରିମିତ ପାୱାର ଚ୍ୟାନେଲ ଇଲାକାରେ ପକ୍ଷୀ ଗଣନା କରାଗଲା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ସୂଚନାଥାଉକି, ଗତ ଗୁରୁବାର ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ଗଣନା କରାଯାଇଥିଲା । ବିଦେଶୀ ପକ୍ଷୀଙ୍କ ମଧ୍ୟରେ କମନ କୁଟ, ଲେଜର ହ୍ୱିସିଲିଂ ଡକ, ଗ୍ରେଟ୍ କଧଡ଼ ଗ୍ରୀବସ, ରେଡ୍ ହେଡେଡ୍ ପୋଚାର୍ଡ, କମନ ପୋର୍ଚାଡ ପ୍ରଜାତିର ସଂଖ୍ୟା ସର୍ବାଧିକ ରହିଛି ବୋଲି ଡିଏଫଓ କହିଛନ୍ତି । ଏହି ପକ୍ଷୀମାନେ ସାଇବେରିଆ, ହିମାଳୟ ଓ କାସ୍ପିଆନସାଗର, ମଙ୍ଗୋଲିଆ, ଆଫଗାନିସ୍ତାନ ଓ ଇରାକରୁ ଗତ ନଭେମ୍ବର ମାସରୁ ଆସିଛନ୍ତି । ତେବେ ବିଦେଶରୁ ଆସିଥିବା ଏହି ପକ୍ଷୀମାନେ ମାର୍ଚ୍ଚ ମାସରେ ପୁଣି ଫେରିଯିବେ ।












Click it and Unblock the Notifications