ଜାଲ୍ ସାର୍ଟିଫିକେଟରେ ସରକାରୀ ଚାକିରି : 25 ଶିକ୍ଷକ ବହିଷ୍କୃତ
ଜାଲ୍ ସାର୍ଟିଫିକେଟ୍ ବଳରେ ନିୟୋଜିତ ରହିଥିବା 25 ଜଣ ଅସ୍ଥାୟୀ ଶାରୀରିକ ଶିକ୍ଷକଙ୍କୁ ବହିଷ୍କୃତ କରାଯାଇଛି
କଳାହାଣ୍ଡି : ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏକାଥରକେ 25 ଜଣ ଶିକ୍ଷକ । ଜାଲ୍ ସାର୍ଟିଫିକେଟ୍ ବଳରେ ସରକାରୀ ସ୍କୁଲରେ ନିୟୋଜିତ ରହିଥିଲେ । ଶିକ୍ଷକଙ୍କ ଏହି ଜାଲିଆତି ଧରା ପଡିବା ପରେ ସମସ୍ତଙ୍କୁ ବହିଷ୍କାର କରାଯାଇଛି । ଏଭଳି ଖବର ଆସିଛି କଳାହାଣ୍ଡି ଜିଲ୍ଲାରୁ । ଜାଲ୍ ସାର୍ଟିଫିକେଟ୍ ବଳରେ ନିୟୋଜିତ ରହିଥିବା 25 ଜଣ ଅସ୍ଥାୟୀ ଶାରୀରିକ ଶିକ୍ଷକଙ୍କୁ ବହିଷ୍କୃତ କରାଯାଇଛି ।

ପିଇଆଇ ସାର୍ଟିଫିକେଟ୍ ଯାଞ୍ଚରେ ଜାଲିଆତି ଘଟଣା ଜଣାପଡିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବହିଷ୍କୃତ ଶିକ୍ଷକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିଭଳି ପରିସ୍ଥିତିରେ ଏପରି ଜାଲିଆତି ହେଲା ତାର ତଦନ୍ତ ଆରମ୍ଭ ହୋଇଛି ।












Click it and Unblock the Notifications