Get Updates
Get notified of breaking news, exclusive insights, and must-see stories!

ଆଜାଦି କା ଅମୃତ ମହୋତ୍ସବ ପାଇଁ ଓଡ଼ିଶାରୁ ୨୫ ଜଣ ଛାତ୍ରଛାତ୍ରୀଙ୍କର ମୁମ୍ବାଇ ଯାତ୍ରା

‘ ଆଜାଦି କା ଅମୃତ ମହୋତ୍ସବ ' - ‘ ଏକ ଭାରତ ଶ୍ରେଷ୍ଠ ଭାରତ ' ଅନ୍ତର୍ଗତ ‘ ଛାତ୍ର ବିନିମୟ କାର୍ଯ୍ୟକ୍ରମ ' ମାଧ୍ୟମରେ ଓଡ଼ିଶାରୁ ୨୫ ଜଣ ଛାତ୍ରଛାତ୍ରୀ ଓ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଆଜି ଏକ ପ୍ରତିନିଧ୍ଵ ଦଳ ମହାରାଷ୍ଟ୍ରର ମୁମ୍ବାଇ ଯାଇଛନ୍ତି।

ଭୁବନେଶ୍ବର : ' ଆଜାଦି କା ଅମୃତ ମହୋତ୍ସବ ' - ' ଏକ ଭାରତ ଶ୍ରେଷ୍ଠ ଭାରତ ' ଅନ୍ତର୍ଗତ ' ଛାତ୍ର ବିନିମୟ କାର୍ଯ୍ୟକ୍ରମ ' ମାଧ୍ୟମରେ ଓଡ଼ିଶାରୁ ୨୫ ଜଣ ଛାତ୍ରଛାତ୍ରୀ ଓ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଆଜି ଏକ ପ୍ରତିନିଧ୍ଵ ଦଳ ମହାରାଷ୍ଟ୍ରର ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ମହାରାଷ୍ଟ୍ରର ଭାଷା , ସଂସ୍କୃତି , ଶିକ୍ଷା ବ୍ୟବସ୍ଥା , ପର୍ଯ୍ୟଟନ ସ୍ଥଳୀ ଇତ୍ୟାଦି ଉପରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବେ ।

student

ଏହି ୨୫ ଜଣିଆ ଟିମ ରାଜ୍ୟ ସରକାରଙ୍କ ସହଯୋଗରେ ଶିକ୍ଷା ବିଭାଗର ଦୁଇ ଅଧିକାରୀ ଶ୍ରୀ ଶଶଧର ନାୟକ ଏବଂ ଡ . ସୁଜାତା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଇଣ୍ଡିଗୋ ଏୟାରଲାଇନ୍ସ ଯୋଗେ ମୁମ୍ବାଇ ଗସ୍ତ କରିଛନ୍ତି । ଠାକୁର କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି , ମୁମ୍ବାଇ , ମହାରାଷ୍ଟ୍ରଠାରେ ଏହି ଦଳ ପାଇଁ ରହିବାର ସମସ୍ତ ବ୍ୟବସ୍ଥା କରାଯାଇଛି । ସମ୍ପୃକ୍ତ ପ୍ରଦିନିଧ୍ଵ ଦଳ ଆସନ୍ତା ଜୁଲାଇ ୪ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ ।

ଓଡ଼ିଶା ଏବଂ ମହାରାଷ୍ଟ୍ର ' ଏକ ଭାରତ ଶ୍ରେଷ୍ଠ ଭାରତ ' କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ସହ ସମ୍ପର୍କ ସ୍ଥାପନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବହୁ ପଦାଧିକାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+