ବୌଦ୍ଧ ଓ ନୂଆପଡ଼ାରେ ୪୪ ଡିଗ୍ରି ଛୁଇଁଲା, ୪୦ ଡିଗ୍ରି ଉପରେ ୨୫ ସହର

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାତିରୁ ଲୋକଙ୍କୁ ନିସ୍ତାର ମିଳି ନାହିଁ । ଆଜି ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି ।

୪୪ ଡିଗ୍ରି ସହ ବୌଦ୍ଧ ଏବଂ ନୂଆପଡା ରାଜ୍ୟର ଉତ୍ତପ୍ତ ସହର ହୋଇଛି । କିନ୍ତୁ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ତାପମାତ୍ରା ପୁଣି ୪୦ ଡିଗ୍ରି ତଳେ ରହିଛି । ଉପକୂଳରୁ ଗ୍ରୀଷ୍ମପ୍ରବାହ ସ୍ଥିତି ହ୍ରାସ ପାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ବୌଦ୍ଧ ଏବଂ ନୂଆପଡା ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଏବଂ ଏହି ୨ ଜିଲ୍ଲା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ପୁଣି ୪୦ ଡିଗ୍ରୀ ତଳେ ଟ୍ୱନି ସିଟି ରହିଛି । ଉପକୂଳରୁ ଗ୍ରୀଷ୍ମପ୍ରବାହ ସ୍ଥିତି ହଟିଛି ।

hit wave

ଶନିବାର ରେକର୍ଡ ତାପମାତ୍ରା ଅନୁଯାୟୀ, ବୌଦ୍ଧ ୪୪, ନୂଆପଡା ୪୪, ଟିଟିଲାଗଡ ୪୩.୮, ବଲାଙ୍ଗୀର ୪୩.୭, ଭବାନୀପାଟଣା ଓ ନୟାଗଡ ୪୩ ଡିଗ୍ରୀ ରେକର୍ଡ ହୋଇଛି । ତେବେ ଆଗାମୀ ଦିନେ କି ୨ଦିନ ପରେ ଉପକୂଳ ଓଡିଶାରୁ ହିଟ-ୱେଭ ଉପରେ ଲାଗିପାରେ ବ୍ରେକ । ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ସମ୍ଭାବନା ରହିଛି ।

ଦିନକ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ଘଡଘଡି ସହ ପ୍ରବଳ ପବନ ବର୍ଷା ହୋଇଥିଲା କ୍ଷ ଗଜପତି ଜିଲ୍ଲା ମୋହନାରେ ଗତକାଲି କାଳ ବୈଶାଖୀର ତାଣ୍ଡବ ଦେଖୁବାକୁ ମିଳିଥିଲା କ୍ଷ ପ୍ରାୟ ଘଣ୍ଟାଏ କାଳ ପ୍ରବଳ ପବନ ସହ ବର୍ଷା ହୋଇଥିଲା କ୍ଷ ପ୍ରବଳ ପବନ ଯୋଗୁଁ ମୋହନା ବଜାରର କିଛି ଉଠା ଦୋକାନୀ ନଷ୍ଟ ହୋଇଯାଇଛି । ବର୍ଷା ଯୋଗୁଁ ଲୋକେ ଗରମରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+