୨୫ ରେ ପୁଣି ଆଉ ଏକ ଲଘୁଚାପ ! ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ହେବାର ସମ୍ଭାବନା, ସୂଚନା ଦେଲା ପାଣିପାଗ ବିଭାଗ
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଧୀରେଧୀରେ ଦୁର୍ବଳ ହେଉଥିବା ବେଳେ ଏବେ ଏହା ସଦୃଶ ଲଘୁଚାପ ଅବସ୍ଥାରେ ରହିଛି। ଏହି ଲଘୁଚାପଟି ଓଡ଼ିଶାଠାରୁ ଦୂରକୁ ଯାଉଥିବାରୁ ଉପକୂଳରେ ବର୍ଷା କମିବାରେ ଲାଗିଛି। ଅନ୍ୟପଟେ ଦକ୍ଷିଣ ଓଡ଼ିଶାରେ ଏହି ଲଘୁଚାପର ପ୍ରଭାବ ଅଧିକ ରହିବାକୁ ହେତୁ ସେଠାରେ ବର୍ଷାର ପ୍ରକୋପ ଅଧିକ ରହିଛି।

ସେପଟେ ଗୋଟିଏ ଲଘୁଚାପ ଯାଉଯାଉ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆକଳନ କରାଯାଉଛି ଯେ ଆସନ୍ତା ୨୫ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହି ଲଘୁଚାପ ଯୋଗୁଁ ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ଅଧିକ ହୋଇପାରେ। ଏଥିପାଇଁ ୨୫ ତାରିଖରୁୁ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ଜନିତ ଆଲର୍ଟ ଜାରି କରାଯାଇଛି।
ସୋମବାର ମଧ୍ୟ ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେନ୍ଦ୍ର କହିଛି ଯେ ସୋମବାର କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଆଦିରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଅନ୍ୟପଟେ ଗତ ୨୪ ଘଣ୍ଟାରେ ମାଲକାନଗିରିରେ ୮୨ ମିମି ବର୍ଷା ହୋଇଥିବା ବେଳେ ନୂଆପଡ଼ାରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି।












Click it and Unblock the Notifications