Get Updates
Get notified of breaking news, exclusive insights, and must-see stories!

ଫରେନ୍‌ସିକ୍‌ ସେବାରେ ୨୪୭, ପବ୍ଲିକ୍‌ ପ୍ରସିକ୍ୟୁଶନରେ ୨୬୭ ପଦ ସୃଷ୍ଟି

ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଫରେନ୍‌ସିକ୍‌ ସାଇନ୍ସ ସର୍ଭିସ୍‌ରେ ୨୪୭ ପଦ ସୃଷ୍ଟି କରାଯାଇଥିବାବେଳେ ପବ୍ଲିକ ପ୍ରସିକ୍ୟୁଶନ ନିର୍ଦ୍ଦେଶାଳୟରେ ୨୬୭ ପଦ ସୃଷ୍ଟି ହୋଇଛି।

ଏ ସଂକ୍ରାନ୍ତରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମହାଲେଖାକାରଙ୍କୁ ମଙ୍ଗଳବାର ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ପତ୍ର ଅନୁଯାୟୀ, ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ଫରେନ୍‌ସିକ ସାଇନ୍ସ ସର୍ଭିସ୍‌ ସଙ୍ଗଠନରେ ୨୪୭ ପଦ ସୃଷ୍ଟି କରାଯାଇଛି।

247 posts created in Forensic Services 267 in Public Prosecution

ସେଥିମଧ୍ୟରେ ଗୋଟିଏ ଯୁଗ୍ମ ନିର୍ଦ୍ଦେଶକ ପଦ ରହିଥିବାବେଳେ ୨ଟି ଉପନିର୍ଦ୍ଦେଶକ, ୨୦ ସହନିର୍ଦ୍ଦେଶକ, ୬୫ ବରିଷ୍ଠ ସାଇନ୍ସ ଅଫିସର, ୭୧ ସାଇନ୍ସ ଅଫିସର, ୨୧ ବରିଷ୍ଠ ଫରେନ୍‌ସିକ ଆଟେଣ୍ଡାଣ୍ଟ ଓ ୬୭ କନିଷ୍ଠ ଫରେନ୍‌ସିକ ଆଟେଣ୍ଡାଣ୍ଟ ପଦ ରହିଛି। ସାହୁ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ନୀତି ଅନୁଯାୟୀ ସଂପୃକ୍ତ ପଦାଧିକାରୀ ନିୟମିତ ଭାବେ ଦରମା ଓ ଆନୁଷଙ୍ଗିକ ପ୍ରାପ୍ୟ ପାଇବେ।

ସେହିପରି ପବ୍ଲିକ୍‌ ପ୍ରସିକ୍ୟୁଶନ ନିର୍ଦ୍ଦେଶାଳୟରେ ୨୬୭ ପଦ ସୃଷ୍ଟି କରାଯାଇଛି। ସେଥିମଧ୍ୟରେ ୩୬ଟି ଉପନିର୍ଦ୍ଦେଶକ ପଦ ରହିଥିବାବେଳେ ୩ଟି ପବ୍ଲିକ୍‌ ପ୍ରସିକ୍ୟୁଟର, ୧୦୬ଟି ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର, ୯୧ଟି ସହ ପବ୍ଲିକ ପ୍ରସିକ୍ୟୁଟର ଏବଂ ୩୧ଟି କନିଷ୍ଠ ସହାୟକ ପଦ ରହିଛି। ଏହି ପଦ ପୂରଣ ବେଳେ ଓଆର୍‌ଭି-ଆଇନକୁ ଗୁରୁତ୍ୱ ଦେବାକୁ ସତ୍ୟବ୍ରତ ପତ୍ରରେ ଦର୍ଶାଇଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+