ଗଜପତି ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ଉଦ୍ଧାର; ଭୁସ୍ଖଲନରେ ଏବେ ବି ବାପପୁଅ ନିଖୋଜ

ଗଜପତି ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ଉଦ୍ଧାର । ସୁରକ୍ଷିତ ଭାବେ ପର୍ଯ୍ୟଟକଙ୍କୁ ପର୍ବତ ଉପରୁ ତଳକୁ ଅଣାଗଲା । ବନ ବିଭାଗ କର୍ମଚାରୀ ଓ ପୋଲିସ ରାତି ଅଧରେ ଉଦ୍ଧାର କଲେ।
JCB ଦ୍ବାରା ରାସ୍ତା ସଫା କରି ସମସ୍ତ ପର୍ଯ୍ୟଟକଙ୍କୁ ତଳକୁ ଆଣିଲେ । ରାୟଗଡ଼ ବ୍ଲକ ପେକେଟ ଗାଁରେ ଭୁସ୍ଖଲନରେ ଏବେ ବି ବାପପୁଅ ନିଖୋଜ ।

ଗଞ୍ଜାମ ଜିଲ୍ଲା ଘୋଡ଼ାହାଡ଼ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟାରୁ ଘୋଡ଼ାହାଡ଼ ନଦୀର ପାଟପୁର - ପଳାଶପୁର ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାହା ଫଳରେ ଆସିକା, ପାଟପୁର ଓ ଦିଗପହଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେହିପରି ହରିଣା ଗ୍ରାମ ନିକଟ ଘୁଷୁରୀ ନାଳ ବ୍ରିଜ୍‌କୁ ସଂଯୋଗ କରୁଥିବା ଖୁଲୁଡ଼ି - ନୂଆଗଡ଼ ରାସ୍ତା ବର୍ଷା ଜଳରେ ଧୋଇ ହୋଇଯାଇଥିବାରୁ ଯାତାୟାତ ବନ୍ଦ ରହିଛି । ଭୀଷ୍ମଗିରି ଗ୍ରାମ ନିକଟରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ କରୁଥିବା ଠିକାଦାର କ୍ୟାମ୍ପରେ ବର୍ଷା ଜଳ ପଶିଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ୟାମ୍ପ ସମ୍ମୁଖରେ ଥିବା ଗାଡ଼ି, ଯନ୍ତ୍ରାଂଶ ଓ ସିମେଣ୍ଟ ମିକ୍ସର ମେସିନ ଭାସି ଯାଇଥିବା ଜଣାପଡିଛି ।

ଚଳିତ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଫଳରେ ଦୁର୍ଗମ ମହାଲିମ୍ବ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବର୍ଷା ପାଣି ପଶିବାରୁ କାନ୍ଥ ଭୁଶୁଡ଼ି ପଡିଛି। ସେହି ପରି ତିନିଟି ସ୍ଥାନରେ ପୋଲ ଉପରେ ପାଣି ପ୍ରବାହିତ ହେବା ଫଳରେ ଯାତାୟତ ସମସ୍ୟା ସୃଷ୍ଟି ହୋଇଛି। ଗୁରୁବାର ସକାଳ ଠାରୁ ଅନବରତ ବର୍ଷା ହେବା ଫଳରେ ବାଘଲଟି ଠାରେ ୧୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଫଳରେ ବାଘଲଟି ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୯୭.୫୫ରେ ପହଞ୍ଚିଛି।

ବର୍ଷା ହେବା ଫଳରେ ମହେନ୍ଦ୍ର ତନୟା ନଦୀରେ ପାଣି ଆସିବା ଫଳରେ ବୁରାତାଲ ଠାରୁ ଜାମଗଣ୍ଡ ରାସ୍ତାରେ ନିର୍ମିତ କାଠ ପୋଲ ଉପର ଦେଇ ପାଣି ପ୍ରଭାବିତ ହେବାରୁ ଯାତାୟତ ବନ୍ଦ ରହିଛି। ସେହି ପରି ଆଙ୍କୁଲି ପଂଚାୟତ ଠାରୁ ଆମ୍ବ ନାଳରେ ପାଣି ଆସିବା ଫଳରେ କମ୍ପୁଟ ବାଡ଼ ଠାରୁ କୁମ୍ଭାର ଦଲି ଯିବା ରାସ୍ତା ପୋଲ ଉପର ଦେଇ ପାଣି ପ୍ରଭାବିତ ହେବା ଫଳରେ କମ୍ପୁଟ ଗ୍ରାମକୁ ଯାତାୟାତ ବନ୍ଦ ରହିଥିଲା।

ବର୍ଷା ଯୋଗୁଁ ଦିଗପହଣ୍ଡି ବ୍ଲକର ଭ୍ରମରପୁର ଠାରୁ ଗଜପତି ଜିଲ୍ଲା ମହେନ୍ଦ୍ର ଗଡ ଯିବା ରାସ୍ତାରେ ବାତରଡ଼ା ନାଳରେ ନିର୍ମାଣ ଚାଲିଥିବାକର୍ଲଭଟ ଉପର ଦେଇ ପାଣି ପ୍ରଭାବିତ ହେବା ଫଳରେ ପାତ୍ରପୁର ବ୍ଳକର ଖାରିଆଗୁଡ଼ା,ତୁରୁବୁଡ଼ି ଗଜପତି ଜିଲ୍ଲା ମହେନ୍ଦ୍ର ଗଡ ସହିତ ଭ୍ରମର ପୁର ଦିଗପହଣ୍ଡି ଯୋଗାଯୋଗ ବିଛିନ୍ନ ହୋଇ ପଡିଛି। ସେହିପରି ପୋଇ ଚାନ୍ଦିଆ ନଦୀ ପାଣି ପାତ୍ରପୁର ବ୍ଳକ ମନ୍ଦରଡ଼ା ପଂଚାୟତ ତିନି ଘରିଆ ଗ୍ରାମ ଦଳିତ ସାହି ପାର୍ଶ୍ଵ ଦେଇ ପ୍ରବାହିତ ହେଉଛି। ବୁରାତାଲ ପଂଚାୟତ ମହାଲିମ୍ବ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପାଣି ପଶିଯିବା ଫଳରେ କାନ୍ଥ ଭୁଶୁଡ଼ି ପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+