କାମ ପାଇଁ ୨୪ ବର୍ଷ ନୁହେଁ ୨୪ ମିନିଟ୍ ଯଥେଷ୍ଟ: ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ ଜରିଆରେ ବର୍ଷର ରିପୋର୍ଟ ଜାରି କରିଛନ୍ତି । ଏହାରି ମଧ୍ୟରେ ସେ କହିଛନ୍ତି ଯେ, ରାଜଧାନୀ ନୁହେଁ ୩୦ ଜିଲ୍ଲା ଗସ୍ତ କରିଛି । ପ୍ରଶାସନିକ କାର୍ଯ୍ୟର ସମୀକ୍ଷା କରିଛି।

ସେ ଆହୁରି କହିଛନ୍ତି ଯେ, ଆଜି ସିଏମଓ ଲୋକଙ୍କ ପାଖକୁ ଯାଉଛି। କାମ ପାଇଁ ୨୪ ବର୍ଷ ନୁହେଁ ୨୪ ମିନିଟ୍ ଯଥେଷ୍ଟ। ଏଥିପାଇଁ କେବଳ ଇଚ୍ଛାଶକ୍ତି ଜରୁରୀ। ବିକାଶ ଅପହଞ୍ଚ ଇଲାକାରେ ପହଞ୍ଚିବ। ଗରିବ ଯୁବକ, ମହିଳାଙ୍କ ପାଇଁ ନିରନ୍ତର କାମ କରୁଛୁ।

ଦୁର୍ନୀତି କଲେ ଜେଲ୍ ଯିବ: ଦୁର୍ନୀତି କଲେ ଜେଲ୍ ଯିବ। କୌଣସି ଦୁର୍ନୀତିଗସ୍ତ ବାବୁଙ୍କୁ ଛଡ଼ାଯିବନି। ପିଅନଠୁ ଆଇଏଏସ ସବୁ ବନ୍ଧା ହେବେ।
ଦିନକ ପରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି। ବର୍ଷକର ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆ ଉପଲବ୍ଧି ନେଇ ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ ଜାରି କରିଛନ୍ତି।

CM mohan majhi press meet

ମୋଦୀ ସରକାରଙ୍କ ୧୧ ବର୍ଷ ପୂର୍ତ୍ତିରୁ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ। କାଲି ମୋଦୀ ସରକାରଙ୍‌କ ୧୧ ବର୍ଷ, ୩ୟ ପାଳିର ପ୍ରଥମ ବର୍ଷ ପୂରିଛି। ୨୦୧୪ ମେ' ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ଭାରତ ଇତିହାସରେ ସ୍ୱାର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆହୁରି କହିଛନ୍ତି ଯେ, ମୋଦୀ ସରକାର ୧୧ ବର୍ଷ ମଧ୍ୟରେ ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଯାହା ଭାରତରେ ଅନେକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସମ୍ଭବ ହୋଇଛି।

ସେ ଆହୁରି କହିଛନ୍ତି ଯେ, ଆମ ସରକାର ଆସିବା ପରେ ଲୋକେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସରକାର ବୋଲି ଅଭିହିତ କରିଛନ୍ତି। ବର୍ଷକ ମଧ୍ୟରେ ଅନେକ କାର୍ଯ୍ୟ ସଫଳ ହୋଇଛି କେବଳ ପିଏମ ନରେନ୍ଦ୍ର ମୋଦୀଙ୍କ ପାଇଁ, ସେ ଆମର ସମସ୍ତ କାର୍ଯ୍ୟରେ ସାମିଲ ହୋଇ, ମାର୍ଗଦର୍ଶନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+