ପିଏମ୍ ଆବାସ ଯୋଜନା: ପଞ୍ଜିକରଣ କଲେଣି ୨୪ ଲକ୍ଷରୁ ଅଧିକ ଲୋକ,୩୦ ତାରିଖରେ ମିଳିବ ୫୦ ହଜାର ଘର
PM Awas Yojana: ୩୦ ତାରିଖରେ ମିଳିବ ୫୦ ହଜାର ଘର ଯେଉଁଥି ପାଇଁ ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ ୨୨ ହଜାର ୭୭୧ ଜଣ ପିଏମ ଆବାସ ଯୋଜନାରେ ପଞ୍ଜିକରଣ କରିସାରିଛନ୍ତି । ସେହିପରି ପିଏମ ଆବସ ସର୍ଭେରେ ଅଧିକାରୀଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି । ଯଦି କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ନେଇ ଚେତାବନୀ ଦେଇଛନ୍ତି ମନ୍ତ୍ରୀ । ୩୦ ତାରିଖରେ କଳାହାଣ୍ତିରେ ଅନ୍ତ୍ୟୋଦୟ ଯୋଜନାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫୦ ହଜାର ଘର ବାଣ୍ଟିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ ମାର୍ଚ୍ଚ ୩୧ ସୁଦ୍ଧା ହିତାଧିକାରୀଙ୍କ ତାଲିକା ବିଭାଗକୁ ଦିଆଯିବ । ଯଦି ପଞ୍ଚାୟତ ଏବଂ ବ୍ଲକ ସ୍ତରରୁ କେଉଁଠୁ ବି ଅଭିଯୋଗ ଆସେ ତେବେ ସେଠାକାର ବିଭାଗୀୟ ଅଧିକାରୀ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିବେ ଏବଂ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।












Click it and Unblock the Notifications