ସମ୍ବଲପୁର: ଆଉ ୨୪ ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ୍ ସେବା
ସମ୍ବଲପୁର:ସମ୍ବଲପୁରରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ । ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍ । ଏନେଇ ସୂଚନା ଦେଲା ଜିଲ୍ଲା ପ୍ରଶାସନ । ସୋସିଆଲ ମିଡିଆର ଅପବ୍ୟବହାର ଆଶଙ୍କାରେ ଏପରି ପଦକ୍ଷେପ ନିଆଯାଇଛି ।
ଅନ୍ୟପକ୍ଷରେ ଧିରେ ଧିରେ ସ୍ୱଭାବିକ ସ୍ଥିତିକୁ ଫେରୁଛି ସମ୍ବଲପୁର ସ୍ଥିତି । ସକାଳ ୭ଟା ୩୦ରୁ ୧୧ ଟା ୩୦ ପର୍ଯ୍ୟନ୍ତ ସହରର ସମସ୍ତ ଦୋକାନ ବଜାର ଖୋଲାରହିବ । ସେହିପରି ଅପରାହ୍ନ ୩.୩୦ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ମଧ୍ୟ ଜିନିଷପତ୍ର କିଣିବା ପାଇଁ ଦୋକାନ ଖୋଲାଯିବ । ଗତକାଲି ଠାରୁ ବର୍ଦ୍ଧିତ କୋହଳ ସମୟ ଲାଗୁ କରାଯିବା ସତ୍ୱେ ଗତକାଲି ସହରର କେଉଁଠି ମଧ୍ୟ ଗଣ୍ତଗୋଳ ହୋଇ ନାହିଁ ।

ସୂଚନାଥାଉ ଯେ, ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା କରାଯାଇଥିଲା । ଶନିବାର ଦିନ ସ୍ଥିତି ସ୍ୱଭାବିକ ରହିଥିବା ବେଳେ ରବିବାର ଦିନ ପୁଣି ସହରରେ ହିଂସାକାଣ୍ତ ହୋଇଥିବା ନେଇ ସୂଚନା ରହିଥିଲା । ଯେଉଁଥି ପାଇଁ ସମ୍ବଲପୁର ସହରରେ କର୍ଫ୍ୟୁ ଜାରି ରହିବା ସହ ଆଉ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା ।
ସେପଟେ ହିଂସାକାଣ୍ତ ପାଇଁ ପୋଲିସ ଆଉ ୬ ଜଣଙ୍କୁ ଗିରଫ କରିଛି । ଯାହା ପରେ ସମ୍ବଲପୁର ହିଂସାକାଣ୍ତ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୮୫ ଜଣଙ୍କୁ ପୋଲିସ ଗିରଫ କରିସାରିଛି ।












Click it and Unblock the Notifications