ରାଜଧାନୀରେ ଖୋଲିଲା ୨୪ ଘଣ୍ଟିଆ ଶସ୍ୟ ଏଟିଏମ୍; କେମିତି ସୁବିଧା ପାଇବେ ହିତାଧିକାରୀ ?
ସାଧାରଣତଃ ଏଟିଏମ୍ରୁ ଟଙ୍କା ବାହାରୁଥିବା କଥା ସମସ୍ତେ ଜାଣିଛନ୍ତି। ମାତ୍ର ଏଣିକି ଏଟିଏମରୁ ଖାଦ୍ୟଶସ୍ୟ ବାହାରିବ । ସାଧାରଣ ଭାବେ ଏଟିଏମରୁ ଟଙ୍କା ବାହାରୁଥିବା କଥା ସମସ୍ତେ ଜାଣିଛନ୍ତି । ମାତ୍ର ଏଣିକି ଏଟିଏମରୁ ଶସ୍ୟ ବାହାରିଯିବ । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ 'ଶସ୍ୟ ଏଟିଏମ୍' ସ୍ଥାପନ କରାଯାଇଛି ।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଏଟିଏମକୁ ଉଦଘାଟନ କରିଛନ୍ତି । ଏହି ଏଟିଏମ୍ ସ୍ଥାପନ ହେବାରେ ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ 'ଶସ୍ୟ ଏଟିଏମ୍' ସ୍ଥାପନ କରାଯାଇଛି । ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ ।

ଏହି ଶସ୍ୟ ଏଟିଏମ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟରେ ରୋକ ଲଗାଇବ ବୋଲି କୁହାଯାଉଛି । ଏଣିକି ହିତାଧିକାରୀମାନେ ଆଉ ଡିଲରଙ୍କ ପାଖରେ ଆଣ୍ଠେଇବେ ନାହିଁ । ସମସ୍ତ ହିତାଧିକାରୀମାନେ ଏହି ଏଟିଏମରୁ ଚାଉଳ, ଗହମ ନେଇ ପାରିବେ । ସୂଚନାଯୋଗ୍ୟ ଯେ, ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ରାଜ୍ୟର ପ୍ରଥମ 'ଗ୍ରେନ ଏଟିଏମ୍' ପ୍ରତିଷ୍ଠା ହେବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏନେଇ ଗତବର୍ଷ ଡିସେମ୍ବର ମାସରେ ସୂଚନା ଦିଆଯାଇଥିଲା ।
କେମିତି ସୁବିଧା ପାଇବେ ହିତାଧିକାରୀ ?
ତେବେ ଏହି ସୁବିଧା ପାଇବାକୁ ହେଲେ ଜଣେ ହିତାଧିକାରୀଙ୍କୁ ପ୍ରଥମେ ମେସିନରେ ବାୟୋମେଟ୍ରିକ, ରାସନ କାର୍ଡ, ଆଧାର କାର୍ଡର ସୂଚନା ଦେବାକୁ ପଡ଼ିବ । ଲୋକମାନେ ଟିପ୍ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍ରୁ ଟଙ୍କା ଭଳି ଚାଉଳ ବାହାର କରିପାରିବେ । ଏହି ମେସିନକୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ସ୍ଥାପନ ଯାଇଥିବା ଜଣାପଡ଼ିଛି । ଏହି ଏଟିଏମ୍ ବସିବା ଫଳରେ ରାସନକାର୍ଡଧାରୀମାନେ ଆଉ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ ଛିଡ଼ା ହେବେ ନାହିଁ ।
ଏହି ଏଟିଏମ୍ରୁ ଜଣେ ହିତାଧିକାରୀ ପାଇଁ ତାଙ୍କ ରାସନ କାର୍ଡରେ ଧାର୍ଯ୍ୟ କରାଯାଇଥିବା କିଲୋଗ୍ରାମ୍ ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି। ସବୁ ଜିଲ୍ଲାର ଯେକୌଣସି ହିତାଧିକାରୀ ଏହି ଏଟିଏମ୍ରୁ ଚାଉଳ ଅବା ଗହମ ନେଇପାରିବେ । ଏହାଦ୍ବାରା ରାଜ୍ୟରେ ଶସ୍ୟ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟ ବନ୍ଦ ହୋଇପାରିବ ବୋଲି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏଣିକି ହିତାଧିକାରୀମାନେ ଆଉ କଣ୍ଟ୍ରୋଲ ଡିଲରଙ୍କ ପାଖକୁ ଯିବାର ଆବଶ୍ୟକତା ରହିବ ନାହିଁ । ହିତାଧିକାରୀମାନେ ଶସ୍ୟ ଏଟିଏମ୍ରୁ ଚାଉଳ, ଗହମ ନେଇ ପାରିବେ।












Click it and Unblock the Notifications