ଆଜି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍‌ ବନ୍ଦ ଡାକରା

ଆଜି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍‌ ବନ୍ଦ ଡାକରା । ଆସନ୍ତାକାଲି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ରହିବ ।

ରାଜ୍ୟରେ ସମସ୍ତ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍‌ ଚଳାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ପୂର୍ବରୁ ବିରୋଧ କରି ଆସୁଥିଲା ଘରୋଇ ବସ୍‌ ମାଲିକ ସଂଘ ।

୧୩ ଜିଲ୍ଲାର ୨୪ ଘରୋଇ ବସ୍ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବ। ସେମାନେ ଅଭିଯୋଗ କରିଛନ୍ତି, ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ଲକ୍ଷ୍ମୀ ବସ୍ ଚାଲିଥିଲା। ପ୍ରତିବାଦ ପରେ ବନ୍ଦ ରହିଥିଲା।

ତେବେ ପୁଣି ଟାୟାର-ଟୁ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ ମାଲିକ ସଂଘ ପ୍ରତିବାଦ କରିଥିଲେ। ହେଲେ ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା। ବର୍ତ୍ତମାନ ସରକାର ବଦଳିଛି, ହେଲେ ବଦଳିନି ପୂର୍ବ ସରକାରଙ୍କ ଯୋଜନା।

ଏହି ବସ୍‌ ଚାଲିବା ଦ୍ଵାରା ଘରୋଇ ବସ ମାଲିକ ସଂଘ କ୍ଷତି ସହିବାକୁ ପଡ଼ିବ, ଫଳରେ ଟାୟାର ଟୁ କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ସେପଟେ ବସ ବନ୍ଦ ନକରି ଆଲୋଚନାକୁ ଆସିବାକୁ ଘରୋଇ ବସ୍‌ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ବିଭୂତି ଜେନା।

ଆଜି ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ବସ୍‌ ମାଲିକ ସଂଘ ସହ ଆଲୋଚନା ହେବ। ଏବଂ ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପଞ୍ଚାୟତରୁ ବ୍ଲକ ଅଭିମୁଖେ ଲୋକ ହୋଇନଥିବା ଯୋଗୁଁ ବସ ଗୁଡ଼ିକ ଖାଲି ପଡୁଛି। ହେଲେ ବସ ମାଲିକ ସଂଘ ମାନଙ୍କ ସହ ଆଲୋଚନା କରାଯାଇଛି। ତେବେ ସରକାର ସମସ୍ତଙ୍କ ମଙ୍ଗଳ ଚାହୁଁଛନ୍ତି। ବସ ଚାଲିବ, କେବଳ ରୂପରେଖ ପରିବର୍ତ୍ତନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ଏ ଦିଗରେ ବିଚାର କରି ଦାବିକୁ ମାନିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏପଟେ ଧର୍ମଘଟରୁ ଓହରିଯିବାକୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି ଏନେଇ ଆଜି ଆଲୋଚନା କରାଯିବ । ବ୍ଲକ ସ୍ତରରେ ଚଳାଚଳ କରୁଥିବା ବସର ରୁଟ ପରିବର୍ତନ ପାଇଁ ତର୍ଜମା ଚାଲିଛି । ଆପୋଷ ଆଲୋଚନା କରି ଖୁବଶୀଘ୍ର ରାଜ୍ୟ ସରକାର ନିଷ୍ପତ୍ତି ନେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+