ଭାଙ୍ଗିଲା ୨୩ ବର୍ଷର ରେକର୍ଡ; ଋଷିକୁଲ୍ୟା ମୁହାଣରେ ୬,୯୮,୭୧୮ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ
ସର୍ବକାଳୀନ ରେକର୍ଡ଼ କରିଛି ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ । ଚଳିତବର୍ଷ, ୮ ଦିନ ଧରି କଇଁଛଙ୍କ ଗଣ ଅଣ୍ଡାଦାନ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଛନ୍ତି ।
ଏହା ସର୍ବକାଳୀନ ରେକର୍ଡ କରିଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ଫେବୃଆରୀ ୧୬ ତାରିଖରୁ ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ଋଷିକୁଲ୍ୟା ମୁହାଣରେ ହୋଇଥିଲା ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ।
ଋଷିକୁଲ୍ୟାରେ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ସର୍ବକାଳୀନ ରେକର୍ଡ:
ସାରା ବିଶ୍ୱରେ ଏବେ ଚର୍ଚ୍ଚାକୁ ଆସିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଚଳିତବର୍ଷ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ ଋଷିକୁଲ୍ୟା ମୁହାଣକୁ ଅଣ୍ଡାଦାନ ପାଇଁ ଆସିଥିଲେ । ପ୍ରାୟ ୮ ଦିନ ଧରି ଚାଲିଥିଲା ଗଣଅଣ୍ଡାଦାନ ପ୍ରକ୍ରିୟା । ଏହି ସମୟ ସୀମା ମଧ୍ୟରେ ପ୍ରାୟ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇ ସର୍ବକାଳୀନ ରେକର୍ଡ କରିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକି ରାଜ୍ୟରେ ଚଳିତବର୍ଷର ଏହି ଗଣ ଅଣ୍ଡାଦାନ ପ୍ରାୟ ୨୩ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଗଣ ଅଣ୍ଡାଦାନ କେବଳ ଗଞ୍ଜାମ ଋଷିକୁଲ୍ୟା ମୁହାଣ ନୁହେଁ ବରଂ କେନ୍ଦ୍ରାପଡ଼ାର ଗହୀରମଥାରେ ହେଉଥିବା ଗଣ ଅଣ୍ଡାଦାନର ରେକର୍ଡକୁ ମଧ୍ୟ ଟପିଛି । ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ମୁହାଣର ପୋଡମପେଟା ବେଳାଭୂମି ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ବେଳାଭୂମିରେ ଚଳିତ ବର୍ଷ ଅଲିଭ ରିଡ଼ଲେ କଇଁଛଙ୍କ ଗଣଅଣ୍ଡାଦାନ ହୋଇଥିଲା ।

୩୫୦ରୁ ଅଧିକ କଇଁଛ ଲଗାତର ଆସୁଛନ୍ତି:
ବିଗତ ବର୍ଷମାନଙ୍କରେ ରଷିକୁଲ୍ୟା ମୁହାଣକୁ ଗଣ ଅଣ୍ଡାଦାନ ସମୟରେ ଆସିଥିବା କଇଁଛମାନଙ୍କୁ ଜେଡ.ଏସ.ଆଇ (Zoological Survey of India) ପକ୍ଷରୁ କରାଯାଇଥିବା ଟ୍ୟାଗିଂ ମଧ୍ୟରୁ ଚଳିତବର୍ଷ ପ୍ରାୟ ୩୫୦ରୁ ଅଧିକ ଅଲିଭ୍ ରିଡଲେ କଇଁଛ ଲଗାତର ଆସୁଥିବା ଦେଖିବାକୁ ମିଳିଛି । ସେମାନଙ୍କଠାରୁ ପୂର୍ବରୁ ଲଗାଯାଇଥିବା ଟ୍ୟାଗିଂକୁ ଉଦ୍ଧାର କରାଯାଇଥିବା ବେଳେ ଏହା ଜଣାପଡ଼ିଛି ।












Click it and Unblock the Notifications