୨୩,୧୩୮ ଅଯୋଗ୍ୟ ହିତାଧିକାରୀ ଫେରାଇଲେଣି ରାସନକାର୍ଡ : ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ରାସନକାର୍ଡ ଫେରାଇଲେଣି ୨୩,୧୩୮ ଅଯୋଗ୍ୟ ହିତାଧିକାରୀ । ଏନେଇ ଗୃହରେ ଉତ୍ତର ରଖି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ।ପ୍ରଶ୍ନର ଲିଖିତ ଉତ୍ତର ରଖି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ ଆହୁରି କହିଛନ୍ତି, ୨୩୧୩୮ ଜଣ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇଲେଣି। ରାସନ କାର୍ଡ ଫେରାଇଥିବା ପରିବାର ସଂଖ୍ୟା ୮୭୮୪୪।

୪ ଲକ୍ଷ ୮ ହଜାର ୧୦୭ ଭୂତ କାର୍ଡକୁ ବାଦ ଦିଆଯାଇଛି ବୋଲି ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ରଖି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏବେ ଖାଦ୍ୟ ସୁରକ୍ଷା ଯୋଜନାରେ ୯୭ ଲକ୍ଷ ୫୫ ହଜାର ୪୪୨ କାର୍ଡରେ ୩ କୋଟି ୩୦ ଲକ୍ଷ ୨୮ ହଜାର ୮୮୦ ହିତାଧିକାରୀ ରହିଥିବା ନେଇ ବି ମନ୍ତ୍ରୀ ସୂଚନା ଦେଇଛନ୍ତି।












Click it and Unblock the Notifications