୨୨୩ କଲେଜ ପ୍ରନ୍ସିପାଲଙ୍କ ଦରମା ବନ୍ଦ
ଭୁବନେଶ୍ୱର:୨୨୩ କଲେଜ ପ୍ରନ୍ସିପାଲଙ୍କ ଦରମା ବନ୍ଦ କଲା ଉଚ୍ଚ ଶିକ୍ଷା ବିଭାଗ । ମୁଖ୍ୟ କିରାଣି ଓ କିରାଣିଙ୍କ ଦରମା ମଧ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ । କର୍ତ୍ତବ୍ୟରେ ଅବହେଳା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଅନୁସାରେ, ସରକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଉ ନଥିବାରୁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନାଅନୁସାରେ, ୨୨୩ ମହାବିଦ୍ୟାଳୟର ଅଧ୍ୟକ୍ଷ କିରାଣୀଙ୍କୁ ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ କିଛି ଅଫିସିଆଲ୍ ରିପୋର୍ଟ ମାଗିଥିଲେ ଯାହା ଉତ୍ତର ଚିଠିରେ ଦେବା ପାଇଁ ବିଭାଗ ପକ୍ଷରୁ କୁହାଯାଇଥିଲା । ହେଲେ ଏହି ସମସ୍ତ ଅଧ୍ୟକ୍ଷ ଓ କିରାଣୀଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା ।
ବାରମ୍ବାର କଲେଜକୁ ରିପୋର୍ଟ ମାଗିବା ସତ୍ୱେ କୌଣସି ଜବାବ ନ ମିଳିବାରୁ ଶେଷରେ ଉଚ୍ଚ ବିଭାଗ ଅଧ୍ୟକ୍ଷ ଓ କିରାଣୀଙ୍କ ଦରମା ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଥିଲା । କେବେ ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ ହେଉଛି କାର୍ଯ୍ୟ ନିର୍ବାହରେ
ବଡ଼ ଅବହେଳା ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।












Click it and Unblock the Notifications