୨୨୦ କୋଟି ଟଙ୍କାର କୋକେନ ବାହାରିବା ଘଟଣା: ତଦନ୍ତକୁ ଜୋରଦାର କଲା କଷ୍ଟମ୍ସ ବିଭାଗ
ପାରାଦୀପରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ବାହାରିବା ଘଟଣାରେ ତନାଘନା ଜାରି ରହିଛି । ଆଉ ଏହି ତଦନ୍ତକୁ ଆହୁରି ଜୋରଦାର କରିଛି କଷ୍ଟମ୍ସ ବିଭାଗ ।
ଟାଙ୍କି କିମ୍ବା ଜାହାଜ ତଳକୁ କୋକେନ ପ୍ୟାକେଟ ଫିଙ୍ଗା ଯାଇଥିବା ନେଇ କଷ୍ଟମ୍ସ ବିଭାଗ ସନ୍ଦେହ କରୁଛି । ଦୁଇ ଜଣ ସ୍କୁବା ଡାଇଭର ବିଭିନ୍ନ ସ୍ଥାନ ଖୋଜାଖୋଜି କରିଛନ୍ତି ।
ଜାହାଜର ସମସ୍ତ ସଦସ୍ଯ ଭିଏତନାମର ହୋଇଥିବାରୁ ତଦନ୍ତ ସମୟରେ ସେମାନଙ୍କ ଭାଷା ବୁଝିବାରେ ସମସ୍ୟା ହେଉଛି । ତେଣୁ ଦୁଇ ଜଣ ଇଣ୍ଟରପ୍ରିଟରଙ୍କୁ ଆଣି ତଦନ୍ତ କରିଛି କଷ୍ଟମ୍ସ ବିଭାଗ ।
ଜାହାଜର ପାଣି ଟାଙ୍କି ଓ ପିଆଇସିଟି ବର୍ଥର ଯେଉ ସ୍ଥାନରେ ଜାହାଜ ରହିଥିଲା, ସେସବୁ ସ୍ଥାନରେ ସ୍କୁବା ଡାଇଭରଙ୍କ ସହାୟତାରେ ଯାଞ୍ଚ କରାଯାଇଛି ।

ପାଣିଟାଙ୍କି କିମ୍ବା ବର୍ଥ ଭିତରେ କିଛି କୋକେନ ପ୍ୟାକେଟ ପଡିଥିବା ସନ୍ଦେହ କରୁଛି କଷ୍ଟମ୍ସ ବିଭାଗ । ଜାହାଜର ପାଖାପାଖି ୬ ଜଣ କ୍ରେନ ଅପରେଟର ଓ ଦୁଇ ଜଣ ଇଞ୍ଜିନିୟରଙ୍କ ଉପରେ କଷ୍ଟମ୍ସ ବିଭାଗ ସନ୍ଦେହ କରୁଛି । ତେଣୁ ଏମାନଙ୍କୁ ଖୁବଶୀଘ୍ର କଷ୍ଟମ୍ସ ବିଭାଗ ପଚରାଉଚରା କରିପାରେ ।
ସୂଚନାଯୋଗ୍ୟ, ଏମଭି-ଦେବୀ ପାନାମା ନାମକ ଜାହାଜରୁ 22 କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମସ ବିଭାଗ । ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଗତ 22 ତାରିଖରେ ପାରାଦୀପରେ ପହଞ୍ଚିଥିଲା ଜାହାଜ । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଯାଇଥାନ୍ତା ଡେନମାର୍କ । ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା ।
ଜାହାଜରୁ 22 ପ୍ୟାକେଟ୍ କୋକେନ୍ ମିଳିବା ଘଟଣାର ଛାନଭିନ୍ ଜାରି ରିଖିଛି କଷ୍ଟମ୍ ବିଭାଗ । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଡେନମାର୍କ ଯିବାକୁ ଥିବା ଜାହାଜରେ ଏତେ ପରିମାଣର କୋକେନ୍ ମିଳିବା ଘଟଣା ସମସ୍ତଙ୍କୁ ଚକ୍କିତ କରିଥିବା ବେଳେ ଏହା ପଛରେ କାହାର ହାତ ଅଛି ସେ ନେଇ ଖୋଲତାଡ଼ କରାଯାଉଛି ।












Click it and Unblock the Notifications