ଫେରିଲା ମେଣ୍ଢା ମଡ଼କ, ମାସକରେ ୨୨ ମେଣ୍ଢାଙ୍କ ମୃତ୍ୟୁ
ଗତକାଲି ବିଳମ୍ୱିତ ରାତିରେ ନିଆଳି ବ୍ଳକ ବାଘମାର ଗାଁର ଶରତ ଚନ୍ଦ୍ର କାଠୁଆଙ୍କ ଗୁହାଳରେ ୬ଟି ମେଣ୍ଢା ମରିପଡିଥିବା ଦେଖିବାକୁ ମିଳିଥିଲା । ଏହାସହ ୫ ମେଣ୍ଡା ଆହତ ହୋଇଛନ୍ତି ।
ନିଆଳି: ନିଆଳିରେ ପୁଣି ଦେଖା ଦେଇଛି ମେଣ୍ଡା ମଡ଼କ । ଗୋଟିଏ ମାସରେ ଗଲାଣି ୨୨ ମେଣ୍ଢାଙ୍କ ଜୀବନ । ଗତକାଲି ବିଳମ୍ୱିତ ରାତିରେ ନିଆଳି ବ୍ଳକ ବାଘମାର ଗାଁର ଶରତ ଚନ୍ଦ୍ର କାଠୁଆଙ୍କ ଗୁହାଳରେ ୬ଟି ମେଣ୍ଢା ମରିପଡିଥିବା ଦେଖିବାକୁ ମିଳିଥିଲା । ଏହାସହ ୫ ମେଣ୍ଡା ଆହତ ହୋଇଛନ୍ତି ।

ମେଣ୍ଡା ମାନଙ୍କ ବେକ ଓ ପେଟରେ ଗଭୀର ଆଘାତ ଲାଗିଛି । ତେଣୁ ଅଜଣା ଜନ୍ତୁ ଆତଙ୍କ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ଟିମ୍ ଅନୁଧ୍ୟାନ କରୁଛନ୍ତି । ତେବେ ଅଜଣା ଜନ୍ତୁକୁ ଧରିବାରେ ବନ ବିଭାଗ ବିଫଳ ହୋଇଥିବାରୁ ମେଣ୍ଢା ଚାଷୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି ।












Click it and Unblock the Notifications