ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟ୍ଟକୁ ମିଳିବ ନୂଆ ରୂପ; ୪୦୬୬.୭୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ୧୨୯ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) କମିଟି ବୈଠକରେ ୪୦୬୬.୭୧ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ବିବିଧ ପୁଞ୍ଜିନିବେଶ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟ୍ଟକୁ ନୂଆ ରୂପ ଦେବା ସହ ଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥଳ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିବ । ଅନୁଷ୍ଠିତ ବୈଠକରେ ଉଲ୍ଲେଖନୀୟ ନିଷ୍ପତ୍ତି ସ୍ୱରୁପ ସବୁଜ ଶକ୍ତି ଉପକରଣ, ରାସାୟନିକ, ବୟନ ଓ ପୋଷାକ, ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍, ଆଲୁମିନିୟମ ଡାଉନଷ୍ଟ୍ରିମ୍, ଖାଦ୍ୟ ପ୍ରକ୍ରିୟାକରଣ, ଶକ୍ତି ଓ ଅକ୍ଷୟ ଶକ୍ତି, ଆଇଟି ଭିତ୍ତିଭୂମି, ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ ସମେତ ବିଭିନ୍ନ କ୍ଷେତ୍ରରେ ୨୨ଟି ନୂତନ ପ୍ରକଳ୍ପକୁ ଏସଏଲଏସ୍ଡବ୍ଲ୍ୟୁସିଏ ସବୁଜ ସଙ୍କେତ ଦେଇଛି । ମୋଟ ୨୫,୫୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ୧୨ଟି ଜିଲ୍ଲାରେ ସମୁଦାୟ ୪,୦୬୬.୭୧ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ଏହି ଉଦ୍ୟୋଗଗୁଡ଼ିକ ରାଜ୍ୟର ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ଦେବ ବୋଲି ଆଶା କରାଯାଉଛି ।

Odisha s economic growth

ସବୁଜ ଶକ୍ତି କ୍ଷେତ୍ରରେ ୱାରିକ୍ଲିନ୍ ଏନର୍ଜି ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ଏହାର ଇଲେକ୍ଟ୍ରୋଲାଇଜର ଉତ୍ପାଦନ କାରଖାନା ସ୍ଥାପନ କରୁଛି, ଯେଉଁଥିରେ ୪୩୫ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ଅଟକଳ କରାଯାଇଛି । ରସାୟନିକ କ୍ଷେତ୍ରରେ ବାଲେଶ୍ୱରର ଶାଲିମାର ପେଣ୍ଟସ୍ ଲିମିଟେଡ୍ ଏହାର ବାର୍ନିସ୍ ରଙ୍ଗ ଏବଂ ଏହାର ପ୍ରୟୋଗାତ୍ମକ ଉତ୍ପାଦ ପ୍ରକଳ୍ପ ସହିତ ୧୩୫ କୋଟି ଟଙ୍କା ବିନିଯୋଗରେ ୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ, ଢେଙ୍କାନାଳ ଓ କଟକରେ କମ୍ପ୍ରେସ୍ଡ ବାୟୋଗ୍ୟାସ, ଫର୍ମେଣ୍ଟେଡ୍ ଅର୍ଗାନିକ୍ ସାର ଉପରେ ମୋଟ ୨୪୨.୪୨ କୋଟି ଟଙ୍କା ବିନିଯୋଗରେ ଦୁଇଟି ନୂତନ ପ୍ରକଳ୍ପ ଆରମ୍ଭ କରିବା ସହ ୧୩୮ ଜଣଙ୍କୁ ନିଯୁକ୍ତି ପ୍ରଦାନ ସୁଯୋଗ ସୃଷ୍ଟି କରିଛି । ଏସ୍ ଏସ୍ ଆଇଏଲ୍ ପେଣ୍ଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ରଙ୍ଗ ଓ ଆନୁଷଙ୍ଗିକ ଉତ୍ପାଦ ଉତ୍ପାଦନ କରିବା ନିମନ୍ତେ ୧୫୦ କୋଟି ଟଙ୍କା ବିନିଯୋଗ କରି ଖୋର୍ଦ୍ଧାରେ ୨୦୦ ଜଣଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି । ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଓଏଫ୍ ବି ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ପୁରୁଷ ଓ ମହିଳାଙ୍କ କ୍ୟାଜୁଆଲ୍ ଟପ୍ ଆଣ୍ଡ ବଟମ୍ ୱେୟାର, ଡେନିମ୍ ଜିନ୍ସ, ମହିଳା ପୁରୁଷ ଓ ଶିଶୁଙ୍କ ପାଇଁ ବୁଣା ପୋଷାକ ସହ ଚମଡ଼ା ଉତ୍ପାଦ ପାଇଁ ୮୫୭ କୋଟି ଟଙ୍କା ବିନିଯୋଗରେ ଏକ ପ୍ରକଳ୍ପ ଆରମ୍ଭ କରୁଛି ଯାହା ୧୫,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ୫୨.୫୦ କୋଟି ଟଙ୍କା ବିନିଯୋଗରେ ୧୦୨୦ ନିଯୁକ୍ତି ସୁଯୋଗ ସୃଷ୍ଟି କରି କଟକରେ ରେଡିମେଡ୍ ପୋଷାକ ଉତ୍ପାଦନ ୟୁନିଟ୍ ପାଇଁ ମେସର୍ସ ଏନରିଚ୍ କ୍ଲୋଦିଂ ଆଇଏନସି. ଏହାର ପ୍ରକଳ୍ପର ଶୁଭାରମ୍ଭ କରୁଛି । ବୈଷୟିକ ବୟନଶିଳ୍ପ କ୍ଷେତ୍ରରେ ଖୋର୍ଦ୍ଧାସ୍ଥିତ ଶାଲିମାର ଓ୍ଵାୟାର୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ୭୬ କୋଟି ଟଙ୍କା ବ୍ୟୟଅଟକଳରେ ସିନ୍ଥେଟିକ୍ ଫେବ୍ରିକ୍ ଫର୍ ଇଣ୍ଡଷ୍ଟ୍ରିଆଲ୍ ଫିଲଟ୍ରେସନ୍ ପ୍ରକଳ୍ପ ଆରମ୍ଭ କରୁଛନ୍ତି , ଯଦ୍ୱାରା ୧୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଧାତବ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ବିଏମଡବ୍ଲ୍ୟୁ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଯାଜପୁରରେ ୭୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ଗାଲ୍ଭାନାଇଜ୍ଡ ତାର, ରଙ୍ଗ କୋଟିଂ ଲାଇନ୍ ଓ କୋଲ୍ଡ ରୋଲିଂ ମିଲ୍ ରେ ୨୭୬ଟି ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । ସେଗମା ପ୍ରୋଫାଇଲ୍ ପ୍ରାଇଭେଟ୍ ଲିମିଟେଡ୍ ସମ୍ବଲପୁରରେ ୫୪.୨୬ କୋଟି ଟଙ୍କା ବ୍ୟୟରେ ୨୫୦ ନିଯୁକ୍ତି ସୁଯୋଗ ସହିତ ଏହାର ଷ୍ଟିଲ୍ ଷ୍ଟ୍ରକ୍ଚର ପ୍ରୋଫାଇଲ୍ ଏବଂ ପାଇପ୍ ଉତ୍ପାଦନ ୟୁନିଟ୍ ଆରମ୍ଭ କରୁଛି । ସେହିପରି ଶ୍ୟାମ ଷ୍ଟିଲ ଫେବ୍ରିକେସନ୍ ପ୍ରାଇଭେଟ୍ ଲିମିଟେଡ୍ ୯୦ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ମେଟାଲ ବିମ୍ କ୍ରାସ୍ ବ୍ୟାରିୟର, ଅଷ୍ଟାଗୋନାଲ ଖୁଣ୍ଟ ହାଇ ମାଷ୍ଟ ଓ ସ୍ୱାଗଡ୍ ଖୁଣ୍ଟ ଏବଂ ଆରଡିଏସ୍ଓ ଅନୁମୋଦିତ ପୋଲ ଓ ଢାଞ୍ଚା ଉତ୍ପାଦନ କରିବ, ଯାହା ଇସ୍ପାତ ଡାଉନଷ୍ଟ୍ରିମ କ୍ଷେତ୍ରରେ ଖୋର୍ଦ୍ଧାରେ ୧୧୦୦ ଲୋକଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ପ୍ରଦାନ କରିବ ।

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଜରଙ୍ଗବାଲି ମିନ୍ମେଟ୍ ପ୍ରାଇଭେଟ୍ ଲିମିଟେଡ୍ ତୁରନ୍ତ ପାସ୍ତା ଓ ଭର୍ମିସେଲି, କନ୍ଦମୂଳ ପାଉଡର ଉତ୍ପାଦନ ପାଇଁ ଏକ ୟୁନିଟ୍ ଆରମ୍ଭ କରି ୫୨.୧୦ କୋଟି ଟଙ୍କା ଯୋଗଦାନ କରିବା ସହ ସୁନ୍ଦରଗଡ଼ରେ ୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି । ଖାଦ୍ୟ, ପାନୀୟ ଓ ଆନୁଷଙ୍ଗିକ କ୍ଷେତ୍ରରେ ଓଏଫ୍ ବି ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ୧୫୦ କୋଟି ଟଙ୍କାରେ ମକା ଷ୍ଟାର୍ଚ ପାଉଡର, ମେଜ୍ ଜର୍ମ, ମେଜ୍ ଗ୍ଲୁଟେନ୍, ବ୍ରାନ୍ ଫାଇବର ଏବଂ ଉଚ୍ଚମାନର ବ୍ରାନ୍ ଫାଇବର ଉତ୍ପାଦନ କରିବାକୁ ଯୋଜନା କରିଛି । ଏହା ଦ୍ୱାରା ନବରଙ୍ଗପୁରରେ ୪୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।
ଶକ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କୋରାପୁଟରେ ସୌର ପିଭି ପାୱାରରେ ୨୦୦ କୋଟି ଟଙ୍କା ନିବେଶ ଏବଂ ୮୦ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସହିତ ନିବେଶ କରୁଛି । ଟାଟା ଷ୍ଟିଲ ଲିମିଟେଡ୍ ସୁନ୍ଦରଗଡ଼ର ୨୨ ମେଗାୱାଟ ସୌର ପିଭି ପାୱାର ପ୍ଲାଣ୍ଟରେ ୧୨୫.୬୯ କୋଟି ଟଙ୍କା ବିନିଯୋଗ କରି ୨୩ ଜଣଙ୍କୁ ଚାକିରି ସୁଯୋଗ ପ୍ରଦାନ କରୁଛି । ଆଦାନୀ ଟୋଟାଲ ଏନର୍ଜିସ୍ ବାୟୋମାସ୍ ଲିମିଟେଡ୍ ଏହି କ୍ଷେତ୍ର ପାଇଁ କମ୍ପ୍ରେସ୍ଡ୍ ବାୟୋଗ୍ୟାସ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି, ଯାହାର ପ୍ରକଳ୍ପ ମୂଲ୍ୟ ୧୩୬.୫୦ କୋଟି ଟଙ୍କା ରହିଛି ଏବଂ ସମ୍ବଲପୁରରେ ଏହା ୧୮୦ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ପ୍ରଦାନ କରିବ । ଆଇଟି ଭିତ୍ତିଭୂମି କ୍ଷେତ୍ରରେ ପାଇନ ସ୍କୋୟାର ଏଲଏଲପି ଓ ଏ କେ ଦାସ ଆସୋସିଏଟସ ପକ୍ଷରୁ ଖୋର୍ଦ୍ଧାରେ ଯଥାକ୍ରମେ ୧୧୦ କୋଟି ଓ ୫୧ କୋଟି ୬୨ ଲକ୍ଷ ଟଙ୍କାର ଆଇଟି ପାର୍କ ଶୁଭାରମ୍ଭ କରୁଥିବା ବେଳେ ଯଥାକ୍ରମେ ୨୫୦ ଓ ୬୧ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି । ଭିତ୍ତିଭୂମି କ୍ଷେତ୍ରରେ ଜିଓ ଇମ୍ପେକ୍ସ ଆଣ୍ଡ ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ ୨୦୭ କୋଟି ଟଙ୍କା ବିନିଯୋଗରେ ଗଞ୍ଜାମର ଛତ୍ରପୁରରେ ଏକ ଉତ୍ପାଦନ ୟୁନିଟ୍ ସହ ଏହାର କାର୍ଯ୍ୟକଳାପକୁ ପ୍ରସାରିତ କରି ୩୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଆଲୁମିନିୟମ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ କାବକନ୍ ଇଣ୍ଡିଆ ଲିମିଟେଡ୍ ଝାରସୁଗୁଡ଼ାରେ ୭୨୦୦୦ ମେଟ୍ରିକ୍ ଟନ୍ କେବୁଲ୍ କଣ୍ଡକ୍ଟର ଉତ୍ପାଦନ କରିବାକୁ ଯୋଜନା ରଖିଛି, ଯେଉଁଥିରେ ୧୦୦ କୋଟି ଟଙ୍କା ବ୍ୟୟ ବରାଦ ଏବଂ ଏକ ହଜାର ନିଯୁକ୍ତି ସୁଯୋଗ ରହିଛି । ଯନ୍ତ୍ରପାତି ଓ ଉପକରଣ କ୍ଷେତ୍ର ପାଇଁ ରାଇସ୍ ଲେକ୍ ଓଇଙ୍ଗ ସିଷ୍ଟମସ୍ ଇଣ୍ଡିଆା ଲିମିଟେଡ୍ ୫୧ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ସାମଗ୍ରୀ ପରିଚାଳନା ପ୍ରଣାଳୀ ପାଇଁ ପୁଞ୍ଜିନିବେଶ କରୁଛି ଏବଂ ଖୋର୍ଦ୍ଧାରେ ୬୫ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି ।

ପରିବହନ ଓ ସଂରକ୍ଷଣ କ୍ଷେତ୍ରରେ କୋଲି କମର୍ସିଆଲ ଏଲଏଲପି ଅନୁଗୁଳରେ ୭୭.୧୨ କୋଟି ଟଙ୍କା ବିନିଯୋଗରେ ରେଳ ସାଇଡିଂ ମାଧ୍ୟମରେ କୋଇଲା ପରିବହନ ପ୍ରକଳ୍ପ ର ଶୁଭାରମ୍ଭ କରିବା ସହ ୧୮୨ ଜଣଙ୍କୁ ରୋଜଗାର ପ୍ରଦାନ କରୁଛି । ସାମୂହିକ ପ୍ରୟାସରେ ୪,୦୬୬.୭୧ କୋଟି ଟଙ୍କା ବିନିଯୋଗରେ ଏହି ୨୨ଟି ରୂପାନ୍ତରଣକାରୀ ପ୍ରକଳ୍ପ ୨୪,୩୭୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି, ଯାହା କି ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ଏବଂ ଅର୍ଥନୈତିକ ସମୃଦ୍ଧି ବୃଦ୍ଧି ପାଇଁ ପଥ ପ୍ରଶସ୍ତ କରିବ । ଓଡ଼ିଶାରେ ବିଭିନ୍ନ ଶିଳ୍ପରେ ପୁଞ୍ଜିନିବେଶ ବୃଦ୍ଧି ପାଇବା ସହ ସମଗ୍ର ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଓଡ଼ିଶାକୁ ଏକ ଆକାଂକ୍ଷିତ ବିଶ୍ଵ ପୁଞ୍ଜିନିବେଶ ସ୍ଥଳରେ ପରିଣତ କରୁଛି ଏବଂ ନିରନ୍ତର ଓ ସମାନ ଅଭିବୃଦ୍ଧି ପାଇଁ ତାଙ୍କର ଅଭିନବ ଆଭିମୁଖ୍ୟ ଓ ପ୍ରତିବଦ୍ଧତା, ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଉଚ୍ଚତର ସ୍ତର ସୃଷ୍ଟି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+