ହାତୀ ପାଇଁ ଏନ୍ଏଚ୍ ଜାମ୍, ଅଟକି ରହିଛି ଗାଡ଼ିମୋଟର
ହାତୀ ପାଇଁ ଏନ୍ଏଚ୍ ଜାମ୍, ଭୟଭୀତ ହୋଇ ଲୋକେ ରୁଣ୍ତ ହେବାରୁ ରାସ୍ତା ଜାମ୍
ଆଠଗଡ଼: କଟକ- ସମ୍ବଲପୁର ଏନ୍ଏଚ୍ ୫୫ କଡ଼ରେ ହାତୀପଲ । କୁଶପଙ୍ଗୀ-ଡିହସାହି ଏନ୍ଏଚ୍ ୫୫ କଡ଼ରେ ୨୨ ଟିକିଆ ହାତୀପଲ । ଡାଳିଯୋଡ଼ା ଓ ଖୁଣ୍ଟୁଣି ରେଞ୍ଜ୍ ବନ କର୍ମଚାରୀଙ୍କ ଘଉଡ଼ାଇବାକୁ ଉଦ୍ୟମ । ହାତୀପଲଙ୍କ ପାଇଁ ଭୟବିତ ଅବସ୍ଥାରେ ଲୋକେ, ରାସ୍ତାରେ ଯିବାଆସିବା ନେଇ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଟକି ରହିଛି ଗାଡ଼ିମୋଟର । ବନକର୍ମଚାରୀ ନିଆଁ ହୁଳା ଦେଖାଇବା, ବାଣ ଫୁଟାଇବା ଏବଂ ସାଇରନ ବଜାଇ ହାତୀଙ୍କୁ ତଡିବା ପାଇଁ ଚେଷ୍ଟା କରୁଛନ୍ତି । ସେପଟେ ହାତୀ ପଲକୁ ଦେଖିବା ପାଇଁ ରାସ୍ତାରେ ଜମି ରହିଛି ଲୋକଙ୍କ ଭିଡ଼ ।

ସେପଟେ କିଛି ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ତ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବା ପାଇଁ ମିଳିଥିଲା । ୩୫ ଟିକିଆ ହାତୀ ପଲ ଲଗାତାର ଏକ ମାସ ଧରି ଗାଁରେ ପସିବା ସହ ଫସଲକୁ ଦଳି ଚକଟି ନଷ୍ଟ କରୁଥିଲେ । ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେବା ପାଇଁ ଗଛ ଉପରେ ମଞ୍ଚା କରି ରାତି ବିତାଉଛନ୍ତି ଚାଷୀ । ସେହିପରି ତୁରୀ ବଜାଇ ଓ ନିଆଁହୁଳା ଦେଖାଇ ହାତୀ ଘଉଡ଼ାଇବାକୁ ଚେଷ୍ଚା କରୁଛନ୍ତି ଚାଷୀ ।












Click it and Unblock the Notifications