ଦିନ ୧୧ଟା ସୁଦ୍ଧା ୨୨.୯୭% ଭୋଟିଂ
ଭବନେଶ୍ୱର: ଓଡ଼ିଶାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ ହୋଇଛି ।

ବାଲେଶ୍ୱରରେ ୨୭.୮୪%, ଭଦ୍ରକରେ ୧୯.୪୬%, ଜଗତସିଂପୁରରେ ୨୧.୭୬% ଭୋଟ ଦାନ ହୋଇଛି । ସେହିପରି ଯାଜପୁରରେ ୧୯.୨୪%, କେନ୍ଦ୍ରାପଡାରେ ୨୨.୩୯%, ମୟୂରଭଞ୍ଜରେ ୨୨.୪୬% ମତଦାନ ହୋଇଛି ।












Click it and Unblock the Notifications