ରାଜ୍ୟରେ ଗଠନ ହେବ ଆଉ ୨୧ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ: ମୁଖ୍ୟମନ୍ତ୍ରୀ

ଆଜି ସ୍ବାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ , ଆମ ରାଜ୍ୟର ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ବସବାସ କରନ୍ତି । ରାଜ୍ୟର ଦ୍ରୁତ ବିକାଶ ଓ ଅଭିବୃଦ୍ଧି ସହିତ ଜନ ସାଧାରଣଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସରକାର ଆଉ ୨୧ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟରେ ମୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା ୧୩୫କୁ ବୃଦ୍ଧି ପାଇବ।

Chief Minister

ସେହିପରି ସେ କହିଛନ୍ତି ଯେ, ଆମ ବିକାଶ ମଡେଲର ତୃତୀୟ ସ୍ତମ୍ଭ ହେଉଛି ଭିତ୍ତିଭୂମି। ବିନା ଭିତ୍ତିଭୂମିରେ କୌଣସି ସମାଜର ବିକାଶ ସମ୍ଭବ ନୁହେଁ। ତେଣୁ ସରକାର ଚଳିତ ବଜେଟରେ ପୁଞ୍ଜି ଖର୍ଚ୍ଚ ପାଇଁ ୬୫ ହଜାର କୋଟି ଟଙ୍କାର ପ୍ରାବଧାନ କରିଛନ୍ତି, ଯାହା ସାରା ଦେଶରେ, ରାଜ୍ୟ GDPର ପ୍ରତିଶତ ମାପଦଣ୍ଡରେ, ସର୍ବାଧିକ। ଏହାଦ୍ଵାରା ରାଜ୍ୟରେ ସଡକଠାରୁ ଆରମ୍ଭ କରି, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ବନ୍ଦର ଇତ୍ୟାଦି କ୍ଷେତ୍ରରେ ବିକାଶ ବହୁତ ଶୀଘ୍ର ହୋଇପାରିବ। ଓଡିଶାର ଭିତ୍ତିଭୂମି ବିକାଶରେ ଡବଲ ଇଞ୍ଜିନ ସରକାର ଡବଲ ଗତିରେ କାମ କରୁଛି।

ସ୍ଵାଧୀନତା ଦିବସରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ସଶକ୍ତ କରିବାକୁ ହେ‌ଲେ ସେମାନଙ୍କ ସୁରକ୍ଷା ଜରୁରୀ। ମହିଳା ସୁରକ୍ଷା ପାଇଁ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ସେ ଯେତେ ଶକ୍ତିଶାଳୀ ହେଳେ ମଧ୍ୟ ଦଣ୍ଡ ପାଇବେ। ସେମାନଙ୍କ ସ୍ଥାନ ଜେଲରେ, ସମାଜରେ ନୁହେଁ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ କ୍ଷମତା ଦିଆଯାଇଛି। ମହିଳାଙ୍କ ସୁରକ୍ଷାରେ ଅବହେଳା କଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ।

ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କହିଥିଲେ ଯେ ଏହା ମୋଟାମୋଟି ଭାବେ ନିୟନ୍ତ୍ରଣାଧୀନ ରହିଛି। ଏହାକୁ ଆହୁରି ପ୍ରଭାବୀ କରିବାକୁ ହେବ। ଅପରାଧ ବୃଦ୍ଧିର ବଡ଼ କାରଣ ହେଉଛି ନିଶା କାରବାର। ନିଶା ମାଫିଆମାନଙ୍କୁ ଦମନ ପାଇଁ ନିର୍ଦେଶ ଦିଆଯାଇଛି। ଗାଁଠାରୁ ରାଜଧାନୀ ଯାଏ ଗୁଣ୍ଡାରାଜକୁ ଦମନ କରାଯିବ। ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲିଛି। ଖୁବଶୀଘ୍ର ଦଣ୍ଡବିଧାନ କରାଯିବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+