ଜରୁରୀକାଳୀନ ପରିସ୍ଥିତିର ୨୧ ବନ୍ଦୀଙ୍କୁ ମିଳିବ ପେନ୍‌ସନ୍‌

ଜରୁରୀକାଳୀନ ପରିସ୍ଥିତି ସମୟର ବନ୍ଦୀମାନଙ୍କୁ ପେନ୍‌ସନ୍‌ ଦେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବିଧାନସଭାରେ ବିବୃତ୍ତି ରଖିଛନ୍ତି। ୨୫ ଜୁନ୍‌ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ମସିହା ପର୍ଯ୍ୟନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଏମ୍‌ଆଇଏସ୍‌ଏ, ଡିଆଇଆର୍‌ ଏବଂ ଡିଆଇଏସ୍‌ଆଇଆର୍‌ ଆଇନ ବଳରେ ଗିରଫ ହୋଇଥିବା ବନ୍ଦୀମାନଙ୍କୁ ସରକାରଙ୍କ ଦ୍ୱାରା ମାସିକ ପେନ୍‌ସନ ଦେବା ପାଇଁ ଗତ ସ୍ବାଧୀନତା ଦିବସରେ ଘୋଷଣା କରାଯାଇଥିଲା।

Emergency prisoners to get pension

ଇତିମଧ୍ୟରେ ବିଭିନ୍ନ ଜିଲାରୁ ଆସିଥିବା ଜିଲାସ୍ତରୀୟ କମିଟିର ନିଷ୍ପତ୍ତିକୁ ବିଚାର କରି ପ୍ରଥମ ପର୍ଯ୍ୟାୟରେ ୨୧ଜଣଙ୍କୁ ଗତ ଜାନୁଆରୀ ୧ରୁ ମାସିକ ୨୦ ହଜାର ଟଙ୍କା ପେନସନ ଦେବା ପାଇଁ ରାଜ୍ୟସ୍ତରୀୟ କମିଟି ସୁପାରିଶ କରିଛନ୍ତି। ରାଜ୍ୟ ସରକାର ଇତି ମଧ୍ୟରେ ଏହାକୁ ଅନୁମୋଦନ କରିଛନ୍ତି। ଏମ୍‌ଆଇଏସ୍‌ଏ, ଡିଆଇଆର୍‌ ଏବଂ ଡିଆଇଏସ୍‌ଆଇଆର ବନ୍ଦୀଙ୍କଠାରୁ ଗ୍ରହଣ ହୋଇଥିବା ଅନ୍ୟ ଆବେଦନପତ୍ରଗୁଡିକୁ ବିଚାର କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+