ସଂକୀର୍ଣ୍ଣ ରାସ୍ତା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗରେ ସାମିଲ ହେବ ୨୦୭ଟି କୁଇକ୍ ରେସ୍ପନ୍ସ ଗାଡ଼ି
ରାଜ୍ୟ ଅଗ୍ନିଶମ ବିଭାଗ ଆରମ୍ଭ କରିବ କୁଇକ୍ ରେସପନ୍ସ ୟୁନିଟ୍ । ଏଥି ପାଇଁ ୨୦୭ କୁଇକ୍ ରେସପନ୍ସ ଗାଡ଼ି ଅଣାଯିବାକୁ ସ୍ଥିର କରାଯାଇଥିବା ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।
କଟକ: ରାଜ୍ୟ ଅଗ୍ନିଶମ ବିଭାଗ ଆରମ୍ଭ କରିବ କୁଇକ୍ ରେସପନ୍ସ ୟୁନିଟ୍ । ଏଥି ପାଇଁ ୨୦୭ କୁଇକ୍ ରେସପନ୍ସ ଗାଡ଼ି ଅଣାଯିବାକୁ ସ୍ଥିର କରାଯାଇଥିବା ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ସଂକୀର୍ଣ୍ଣ ଅଣଓସାରିଆ ସ୍ଥାନ ଗୁଡିକରେ ଏହି ଗାଡି ମୁତୟନ ରହିବ । ଏହି ବ୍ୟବସ୍ଥା 24 ଘଣ୍ଟା ଧରି କାର୍ଯ୍ୟକାରୀ ହେବ । ଏହା ଦ୍ବାରା ପ୍ରତିକୂଳ ପରିସ୍ଥିତିରେ ଅଗ୍ନିକାଣ୍ଡ ମୁକାବିଲା ଆହୁରି ଶୀଘ୍ର ହୋଇପାରିବ । ପୋଲିସ ବିଭାଗର ପିସିଆର ଭଳି ଏହା କାମ କରିବ ।

ରାଜ୍ୟର ବିଭିନ୍ନ ସହରମାନଙ୍କରେ ଥିବା ସଙ୍କୁଚିତ ରାସ୍ତା ତଥା ଅପହଞ୍ଚ ସ୍ଥାନମାନଙ୍କର ଅଗ୍ନିକାଣ୍ତ ଜନିତ ଦୁର୍ଘଟଣାକୁ ସାମ୍ନା କରିବା
ଅଗ୍ନିଶମ ବିଭାଗ ପାଇଁ ବଡ଼ ଆହ୍ବାନ ହୋଇଥାଏ । ଏଭଳି ସ୍ଥାନରେ ନିଆଁ ଲାଗିଲେ ବା ବିପତ୍ତି ପଡିଲେ ଘଟଣା ସ୍ଥଳରେ ଠିକ୍ ସମୟରେ ଦମକଳ ଗାଡି ପହଞ୍ଚି ପାରି ନଥାଏ ଅଗ୍ନିଶମ ବିଭାଗ । ଫଳରେ ଏହି ସମସ୍ୟାର ସମାଧାନ ପାଇଁ ଏବେ ବିଭାଗ କୁଇକ୍ ରେସପନ୍ସ ଗାଡ଼ି ଅଣିବାକୁ ସ୍ଥିର କରିଛି । ପୂର୍ବରୁ ଏହି କୁଇକ୍ ରେସପନ୍ସ ୟୁନିଟ୍ କେବଳ ମୁମ୍ବାଇରେ ଥିଲା। ଏବେ ପ୍ରଥମଥର ଏହି ବ୍ୟବସ୍ଥା ଓଡ଼ିଶାରେ ଲାଗୁ କରାଯାଉଛି।
ମୋ ସରକାର ଓ ୫-ଟି ଅଧୀନରେ ଜନସାଧାରଣଙ୍କୁ ସୁବିଧାରେ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଉଥିବା କୁହାଯାଇଛି । ଦମକଳ ବିଭାଗର ଏହି ୨୦୭ ଟାଇପ୍ ର ୪ ଚକିଆ ହାଲୁକା ଯାନ କଟକ ସହରର ଛତ୍ରଵଜାର ସମେତ ଭୁବନେଶ୍ବରର ୧, ୨ ଓ ୪ ନମ୍ବର ହାଟ ଆଦି କେତେକ ପ୍ରମୁଖ ଅଞ୍ଚଳରେ ଉପଲବ୍ଧ ହେବ । ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱରରେ ୫ଟି ଲେଖାଏଁ ପିସିଆର୍ ୟୁନିଟ୍ ବନ୍ଦୋବସ୍ତ କରାଯାଇଛି । ସମ୍ବଲପୁର ଏବଂ ବ୍ରହ୍ମପୁର ଆଦି ସହରରେ ମଧ୍ୟ ଏଭଳି ଗାଡ଼ି ବ୍ୟବସ୍ଥା କରାଯିବ।
ତେବେ ସନ୍ଧ୍ୟା ୬ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଏହି ୟୁନିଟ୍କୁ ବ୍ୟବହାର କରାଯାଇପାରିବ। ଏହାବାଦ୍ ସ୍ବତନ୍ତ୍ର ଭାବେ ଭୁବନେଶ୍ବର କଳ୍ପନା ଓ ସଚିବାଳୟ ଦମକଳ କେନ୍ଦ୍ରଠାରେ ୫ଟି ୟୁନିଟ୍ ଏବ˚ କଟକରେ ୫ଟି ୟୁନିଟ୍ ମୁତୟନ ହେବ ବୋଲି ଡିଜି ସୂଚନା ଦେଇଛନ୍ତି।












Click it and Unblock the Notifications