୨୦୨୫ ସୁଦ୍ଧା ଜଣକା ଖାଇବେ ୨୦ କିଲୋ ମାଛ

Odisha:୨୦୨୫ ସୁଦ୍ଧା ଜଣକା ଖାଇବେ ୨୦ କିଲୋ ମାଛ

ଭୁବନେଶ୍ୱର: ୨୦୨୫ ସୁଦ୍ଧା ରାଜ୍ୟରେ ମୁଣ୍ଡପିଛା ମାଛ ଖାଇବା ୨୦ କିଲୋକୁ ବୃଦ୍ଧି ପାଇବ । ଯେଉଁଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଡମ୍ୟାପ୍‍ ପ୍ରସ୍ତୁତ ହୋଇସାରିଛି । ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ୨୦୧୯-୨୦ରେ ରାଜ୍ୟରେ ଜଣକା ୧୬.୨୪ କିଲୋ ମାଛ ଖାଉଥିବା ବେଳେ ଆଗାମି ତିନିବର୍ଷ ମଧ୍ୟରେ ୨୦ କିଲୋରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ODISHA

ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ ଅଧିନରେ ବିଭାଗର ଅଧିକାରୀମାନେ ୫ଟି ଆଧାରରେ ରୋଡମ୍ୟାପ୍‍ ତିଆରି କରିବା ଆରମ୍ଭ କରି ଦେଇଛନ୍ତି । ବିବିଧ ମାଛଚାଷ ଯୋଜନାରେ ଏଭଳି ପଦକ୍ଷେପ ନିଆଯାଉଛି । ତେବେ ଏହି ଯୋଜନା ମଧ୍ୟାମରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଅଧିକାରୀମାନେ କହିଛନ୍ତି । ଆଗକୁ ରାଜ୍ୟରେ ବିଭିନ୍ନ ପ୍ରଜାତିର ମାଛ ଚାଷ କରାଯିବ ଯାହା ଦ୍ୱାରା ଓଡ଼ିଶାରୁ ମାଛ ରପ୍ତାନୀ ମଧ୍ୟ ବଢିବ । ସେହିପରି ରାଜ୍ୟରେ ମାଛ ଚାଷ ବ୍ୟାପକତା ଯୋଗୁଁ ରାଜ୍ୟବାସୀ ସ୍ୱଳ୍ପ ମୂଲ୍ୟରେ ମାଛ ପାଇବା ପାରିବେ । ଯାହା ଦ୍ୱାରା ମୁଣ୍ଡପିଛା ବ୍ୟବହାର ୧୬.୨୪ କିଲୋରୁ ତିନି ବର୍ଷ ମଧ୍ୟରେ ଏହା ୨୦ କିଲୋକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଓଡ଼ିଶାରେ ୨୦୨୦-୨୧ ବର୍ଷ ୪୪ ହଜାର ୫୫୫ ଟନ୍‍ର ବିଭିନ୍ନ କିସମର ଚିଙ୍ଗୁଡ଼ି ଉତ୍ପାଦିତ ହୋଇଥିଲା । ସେହିବର୍ଷ ପାରାଦ୍ୱୀପ ବନ୍ଦର ଦେଇ ୧୭ ଟନ୍‍ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ହୋଇଥିଲା । ରାଜ୍ୟରେ ମାଛ ଚାଷକୁ ବଢାଇବା ପାଇଁ ସରକାରଙ୍କ ତରଫରୁ ମତ୍ସ୍ୟଜିବୀଙ୍କୁ ବିବିନ ପ୍ରଜାତିର ମାଛ ଯାଆଁଳ ସମୟ ଅନୁସାରେ ଯୋଗାଇ ଦିଆଯାଉଛି । ସେହିପରି ବିଭିନ୍ନ ନୂତନ ପ୍ରଜାତିର ମାଛ ଯାଆଁଳ ପାଇଁ ରାଜ୍ୟ ସରକାର ଖୁବ୍‍ଶୀଘ୍ର ହାଚେରୀ ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା ଆରମ୍ଭ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+