ପ୍ରଥମ ସ୍ଥାନ ଅଧିକାର କଲା 'ଓଡ଼ିଶାର ପ୍ରଜ୍ଞାପନ ମେଢ'
2024 Republic Day: ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ତେବେ ସବୁ ରାଜ୍ୟର ପ୍ରଜ୍ଞାପନ ମେଢକୁ ମାତ ଦେଇ ବାଜି ମାରିଲା ଓଡ଼ିଶାର 'ପ୍ରଜ୍ଞାପନ ମେଢ' । ପ୍ରଥମ ସ୍ଥାନ ପାଇଲା ଓଡ଼ିଶା ପ୍ରଜ୍ଞାପନ ମେଢ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଏଥର ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥର ପ୍ରଦର୍ଶିକ ହୋଇଥିଲା ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ଏବଂ ଗ୍ରାମୀଣ ଭାରତ ତଥା ଗ୍ରାମୀଣ ଭାରତ ସଶକ୍ତିକରଣ ବାର୍ତ୍ତା ଏଥର ଦେଇଥିଲା ଏହି ପ୍ରଜ୍ଞାପନ ମେଢ ।

ସୂଚନାଥାଉ ଯେ, ବିଚାରକ ମଣ୍ତଳୀ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଅଧିକ ପସନ୍ଦ କରିଛନ୍ତି । ଏହାପରେ ଦ୍ୱିତୀୟ ସ୍ଥାନରେ ରହିଥି ଗୁଜୁରାଟ ପ୍ରଜ୍ଞାପନ ମେଢ ଏବଂ ତୃତୀୟ ସ୍ଥାନରେ ରହିଥି ତାମିଲନାଡୁର ପ୍ରଜ୍ଞାପନ ମେଢ । ସେହିପରି ଜନତାଙ୍କ ପସନ୍ଦ ଅନୁସାରେ ପ୍ରଥମ ସ୍ଥାନରେ ରହିଥି ଗୁଜୁରାଟ ରାଡ୍ୟ, ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତର ପ୍ରେଦଶ ଏବଂ ତୃତୀୟ ସ୍ଥାନରେ ରହିଛି ଆନ୍ଧ୍ର୍ରପ୍ରଦେଶ ।
ତେବେ ଏଥର ନାରୀ ସଶକ୍ତିକଣର ବାର୍ତ୍ତା ସହ ରଘୁରାଜପୁରର କଳା ଓ ସମ୍ବଲପୁରୀ ନୃତ୍ୟରେ ଝଲସିଲା କର୍ତ୍ତବ୍ୟ ପଥ ଏବଂ ପୁରା ବିଶ୍ୱ ଦେଖିଥିଲା ଓଡ଼ିଶାର କଳା । ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ବାବଧାନରେ ପ୍ରଜ୍ଞାପନ ମେଢ କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା ।
ସୂଚନା ଯୋଗ୍ୟ, ୩ ବର୍ଷ ପରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି । ବିଶେଷକରି ନାରୀ ଶକ୍ତି ଏଠାରେ ଅଧିକ ସକ୍ରିୟ ରହି କିପରି ବିଭିନ୍ନ କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ମଧ୍ୟ ଏଥିରେ ସ୍ଥାନ ପାଇଛି । ମେଢ଼ର ସମ୍ମୁଖ ଭାଗରେ କନ୍ଦର୍ପ ହାତୀର ପ୍ରତିକୃତି ରହିବା ସହିତ ପଛଭାଗରେ ରଘୁରାଜପୁର ଗାଁରେ କିଭଳି ନାରୀଶକ୍ତି କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ସ୍ଥାନ ପାଇଛି । ମେଢ଼ ସହିତ ସମ୍ବଲପୁରୀ ନୃତ୍ୟ-ସଙ୍ଗୀତର ସୁନ୍ଦର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା ।












Click it and Unblock the Notifications