୨୦୦୯ରୁ ୨୦୨୫: କେଉଁ ମାସ କେଉଁ ତାରିଖରେ କେରଳ ଛୁଇଁଛି ମୌସୁମୀ ?
ଆକଳନର ୮ ଦିନ ପୂର୍ବରୁ କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଜୁନ ୧ରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ ହୋଇଥିଲା ହେଲେ ସପ୍ତାହେ ଆଗରୁ ଏହା ଆସିବା ସହ ୧୬ ବର୍ଷ ପରେ ପ୍ରଥମ ଥର ପାଇଁ ମେ ୨୪ରେ ସଅଳ ଛୁଇଁଛି ମୌସୁମୀ ।
ଯଦିଓ ଜୁନ୍ ୧ରେ ସାଧାରଣତଃ ମୌସୁମୀ କେରଳ ଛୁଏଁ ମାତ୍ର କେବେ କେବେ ଏଥିରେ ସଅଳ ଓ ବିଳମ୍ବ ହୁଏ । ତେବେ ନଜର ପକାନ୍ତୁ ୧୬ ବର୍ଷ ହେଲା କେରଳକୁ କେବେ କେଉଁ ମାସ ଛୁଇଁଛି ମୋସୁମୀ ।
୨୦୦୯ରେ ମେ ୨୩ ତାରିଖରେ ମୌସୁମୀ କେରଳ ଛୁଇଥିଲା । ସେହିପରି ୨୦୧୦ରେ ମେ ୩୧, ୨୦୧୧ରେ ମେ ୨୯, ୨୦୧୨ରେ ଜୁନ୍ ୫, ୨୦୧୩ରେ ଜୁନ୍ ୧, ୨୦୧୪ରେ ଜୁନ୍ ୬, ୨୦୧୫ରେ ଜୁନ୍ ୫, ୨୦୧୬ରେ ଜୁନ୍ ୮, ୨୦୧୭ରେ ୩୦ ମେ, ୨୦୧୮ରେ ମେ ୨୯, ୨୦୧୯ରେ ଜୁନ୍ ୮, ୨୦୨୦ରେ ଜୁନ୍ ୧, ୨୦୨୧ରେ ଜୁନ୍ ୩, ୨୦୨୨ରେ ମେ ୨୯, ୨୦୨୩ରେ ଜୁନ୍ ୮, ୨୦୨୪ରେ ମେ ୩୦ ଏବଂ ୨୦୨୫ରେ ମେ ୨୪ରେ କେରଳ ଛୁଇଁଛି ମୌସୁମୀ ବାୟୁ ।

ସେପଟେ ମୌସୁମୀ ଛୁଇଁବା ପରେ କେରଳରେ ପାଗ ବଦଳିଛି । ଜୋରଦାର ବର୍ଷା ଲାଗିରହିଛି । ଯଦିଓ ଦୁଇ ଦିନ ହେବ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ମୌସୁମୀ ଛୁଇଁବା ପରେ ବିଭିନ୍ନ ସ୍ଥାନରେ ବର୍ଷା ପବନରେ ଗଛ ଭାଙ୍ଗି ପଡିଛି ଏବଂ ଆଇଏମଡି ପକ୍ଷରୁ କସାରାଗୋଡ ଏବଂ କନ୍ନୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି । କୋଜିକୋଡେ, ୱାୟନାଡ, ମାଲାପୁରାମ, ଥ୍ରୀସୁର, ପାଲକକଡ, ଏର୍ନାକୁଲମ, ଇଡୁକି, କୋଟାୟାମ ଏବଂ ଆଲାପୁଜା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications