Get Updates
Get notified of breaking news, exclusive insights, and must-see stories!

ସୁନାବେଶ ପାଇଁ ପୁରୀକୁ ଗଡିବ 20ଟି ସ୍ପେଶାଲ ଟ୍ରେନ,ରେଳ ମନ୍ତ୍ରାଳୟ କଲା ଘୋଷଣା

ମହାପ୍ରଭୁଙ୍କୁ ଦର୍ଶନ ପାଇଁ କୋଣ ଅନୁକୋଣରୁ ପୁରୀକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଆସିବେ ଶ୍ରଦ୍ଧାଳୁ ।

ଭୁବନେଶ୍ବର: ମହାପ୍ରଭୁଙ୍କୁ ଦର୍ଶନ ପାଇଁ କୋଣ ଅନୁକୋଣରୁ ପୁରୀକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଆସିବେ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ନେଇ ରେଳ ମନ୍ତ୍ରାଳୟ 20ଟି ସ୍ପେଶାଲ ଟ୍ରେନ ସେବା ଆରମ୍ଭ ନେଇ ଘୋଷଣା କରାଯାଇଛି ।

train

ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧାଜନକ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ରଥ ଯାତ୍ରା ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାପାଇଁ ପୂର୍ବରୁ ଘୋଷଣା କରିଥିଲା । ଗୁଣ୍ଡିଚା ଯାତ୍ରା ଶେଷ ହୋଇସାରିଥିବାରୁ ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି ।

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ଦିନ ମାନଙ୍କରେ ଅଧିକ ଭକ୍ତଙ୍କ ସମାବେଶକୁ ଆଶଙ୍କା କରି ପୂର୍ବତଟ ରେଳପଥ ମଧ୍ୟ ସୁନା ବେଶ ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ସହିତ ଆହୁରି 20 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି ।

ରଥଯାତ୍ରା ଅବଧି ସମୟରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଦୈନିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି । 02891/02810 ଭୁବନେଶ୍ୱର-ପୁରୀ-ଭୁବନେଶ୍ୱର ବିଶେଷ ଟ୍ରେନ ଜୁଲାଇ ମାସ ପହିଲା ଠାରୁ 11 ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପୁରୀକୁ ଯାତ୍ରା କରୁଥିବାବେଳେ ଏହା ପୁରୀ ଠାରୁ ଅପରାହ୍ନ ୩ଘ.୧୦ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରୁଛି । ସନ୍ଧ୍ୟା ଦର୍ଶନ ଦିନ ପାଇଁ 8 ଜୁଲାଇ, 2022ରେ 7 ଯୋଡି ସ୍ପେଶାଲ ଟ୍ରେନ ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ ।

ଏହା ବ୍ୟତୀତ, 08933/08934 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍, 08937/08938 ଜୁନାଗଡ଼ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍, 08945/08946 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ୍, 08941/08942 ଗୁଣୁପୁର-ପୁରୀ-ଗୁଣୁପୁର ବିଶେଷ ଟ୍ରେନ ପୁରୀକୁ ଆସି ପୁଣି ସେମାନଙ୍କ ଉତ୍ପତି ସ୍ଥାନ ମାନଙ୍କୁ ଫେରିବ ।

ଆଜି ବାହୁଡା ଯାତ୍ରାରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ୍, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ରୁ 10 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଆଡକୁ ଯାତ୍ରା କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା । ଉପରୋକ୍ତ ବିଶେଷ ଟ୍ରେନ ମାନଙ୍କ ବ୍ୟତୀତ ଆହୁରି 05 ଟି ସ୍ପେଶାଲ୍ ଟ୍ରେନ୍ ଭଦ୍ରକ, କଟକ, ଖୋର୍ଦ୍ଧା ରୋଡ୍, ପାରାଦୀପ ଏବଂ ବ୍ରହ୍ମପୁରରୁ ପୁରୀକୁ ଯାତ୍ରା କରିବ । ଫେରିବା ମାର୍ଗରେ ପୁରୀରୁ କେନ୍ଦୁଝରଗଡ, ବ୍ରହ୍ମପୁର, କଟକ, ଭଦ୍ରକ, ପାରାଦୀପ ଏବଂ ଖୋର୍ଦ୍ଧା ରୋଡ ଅଭିମୁଖେ 8 ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+