ରାଜ୍ୟର ୨୦ଟି ନୂଆ ସ୍ଥାନକୁ ମିଳିଲା ପର୍ଯ୍ୟଟନସ୍ଥଳୀର ମାନ୍ୟତା
ଓଡ଼ିଶାର ସମ୍ଭାବ୍ୟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଚିହ୍ନଟ କରିବା ସହ ବହୁମାତ୍ରାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ସ୍ଥାୟୀ ପର୍ଯ୍ୟଟନର ବିକାଶ ତଥା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟର ପ୍ରଭାବଶାଳୀ ପ୍ରଚାର ପ୍ରସାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହିତ ରାଜ୍ୟ ବିଭିନ୍ନ ଜିଲାରୁ ୨୦ଟି ନୂତନ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି।
ନୂତନ ଭାବରେ ମାନ୍ୟତା ମିଳିଥିବା ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ହେଲା ତେଲକୋଇ ବ୍ଲକର ଟେଣ୍ଟେଇନାଳି ଜଳପ୍ରପାତ, ବାଂଶପାଳ ବ୍ଲକର ଗିରଡ଼ିବନ୍ଧ ଜଳପ୍ରପାତ, ଝୁମ୍ପୁରା ବ୍ଲକର କାଇଯୋଡ଼ା ଜଳପ୍ରପାତ, ଘଟଗାଁ ବ୍ଲକର କାଇଁଝର ଜଳପ୍ରପାତ ଓ ବାରହାଟିପୁରା ଶୈବପୀଠ, ଆନନ୍ଦପୁର ବ୍ଲକର ବୈତରଣୀ ନଦୀକୂଳ ଦୃଶ୍ୟମୟ ଦରଗଡ଼ିଶିଳା ଓ ପାଟଣା ବ୍ଲକର ଡାବରଚୁଆ ଡ୍ୟାମ୍ ରହିଛି ।

ଏହି ୭ଟି ସ୍ଥାନକୁ ପର୍ଯ୍ୟଟନ କେନ୍ଦ୍ର କରାଯିବାକୁ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଆଇଏଏସ ସମର୍ଥ ବର୍ମା ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି । ତେବେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡାବରଚୁଆ ଡ୍ୟାମ ସାଇଟର ଉନ୍ନତିକରଣ କରାଯାଇ ଏହାକୁ ଏକ ମନୋରମ ପର୍ଯ୍ୟଟନସ୍ଥଳ କରାଯିବ ବୋଲି ସୂଚନା ମିଳିଛି ।
ଏଥିରେ ବରଗଡ଼ ଜିଲାର 3ମନ୍ଦିର ଅର୍ଥାତ୍ ଭଟଲିର ଦଧିବାମନ ମନ୍ଦିର, ଅମ୍ବାଭୋନାର କେଦାରନାଥ ମନ୍ଦିର ଏବଂ ବରଗଡ଼ ବ୍ଲକର ବୈଷ୍ଣୋଦେବୀ ମନ୍ଦିର ରହିଛି। ଏହାଦ୍ୱାରା ଜିଲାରେ ବର୍ତ୍ତମାନ ସ୍ବୀକୃତିପ୍ରାପ୍ତ ପର୍ଯ୍ୟଟନସ୍ଥଳୀର ସଂଖ୍ୟା ୧୩ କୁ ପହଞ୍ଚିଛି। ନୂତନଭାବେ ଚିହ୍ନଟ ହୋଇଥିବା ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ମଜବୁତ୍ କରିବ ଏବଂ ନିଯୁକ୍ତି, ନିବେଶ, ଆଞ୍ଚଳିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲ ସାଧାରଣରେ ଆଶା ପ୍ରକଟ କରାଯାଇଛି।












Click it and Unblock the Notifications