ମୁହାଁମୁହିଁ ହେଲା ବସ୍‌-ଟ୍ରକ , ୨ ଡ୍ରାଇଭର ଗୁରୁତର, ୨୦ ଯାତ୍ରୀ ଆହତ

କୋରାପୁଟ: ମୁହାଁମୁହିଁ ହେଲା ଯାତ୍ରୀବାହୀ ବସ୍ ଓ ଟ୍ରକ । କୋରାପୁଟ ଜିଲ୍ଲା ଏନ୍‌ଏଚ୍ ୩୨୬ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଡୁମୁରିପଦର ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାଠ ବୋଝେଇ ଟ୍ରକ୍ ସହ ଯାତ୍ରୀ ବାହୀ ବସ୍ ମୁହାମୁହିଁ ଧକ୍କା ହେବାରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ପରେ ଆହତ ଯାତ୍ରୀମାନଙ୍କୁ ଲକ୍ଷ୍ମୀବସ୍ ଯୋଗେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ତାଙ୍କ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ଏସ୍‌ଏଲ୍‌ଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଥିବା ବେଳେ ଅଗ୍ନିଶମ ବାହିନୀଙ୍କ ସହାୟତାରେ କରାଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋରାପୁଟ ଏସ୍‌ଏଲ୍‌ଏନ ମେଡିକାଲ କଲେଜକୁ ନିଆଯାଇଥିଲା।

20 injured road accident

ସୂଚନାନୁଯାୟୀ,ଏମ୍‌ଏସ୍‌ବି ବସ୍ ରାୟଗଡ଼ାରୁ ଜୟପୁରକୁ ଯାତ୍ରୀ ନେଇଯାଉଥିବା ସମୟରେ ବିପରୀତ ଦିଗରୁ ଟ୍ରକ୍‌ଟି ରାୟଗଡ଼ା ଜେକେ ପେର୍ପ ମିଲକୁ କାଠ ବୋଝେଇ ଯାଉଥିଲା। ବସ୍‌ଟି ଦ୍ରୁତଗତିରେ ଆସି ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ରେ ୬୦ରୁ୭୦ ଯାତ୍ରୀ ଥିଲେ ବୋଲି ଅନୁମାନ କରାଯାଉଛି। ପୁଲିସ ଗାଡ଼ିକୁ ଜବତ ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+