ମହୁମାଛି ଆକ୍ରମଣରେ ୨୦ ଆହତ
ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଏପରି ଘଟଣା ମୋହନା ଥାନା ଚନ୍ଦ୍ରଗିରି ଶିବ ମନ୍ଦିରରେ ଘଟିଛି । ଯେଉଁଠି ମନ୍ଦିରରେ ହଠାତ୍ ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଜି ମେରୁ ସଂକ୍ରାନ୍ତି ଅବସରରେ ଶିବ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ବେଳେ ବାଘ ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଚନ୍ଦ୍ରଗିରି ଶିବମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ସମୟରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ । ସମସ୍ତ ଗୁରୁତରମାନଙ୍କୁ ସ୍ଥାନୀୟ ଲୋକେ ଚନ୍ଦ୍ରଗିରି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।












Click it and Unblock the Notifications