Get Updates
Get notified of breaking news, exclusive insights, and must-see stories!

ଛତିଶଗଡ଼ର ଚାଲାଖି: ଟ୍ରିବ୍ୟୁନାଲ୍ ଗସ୍ତ ପୂର୍ବରୁ ଖୋଲିଲା କଲମାର ୨୦ଟି ଗେଟ୍

ସମ୍ବଲପୁର:ମହାନଦୀ ଟ୍ରିବ୍ୟୁନାଲର ଗସ୍ତ ବେଳେ ଚାଲିକି ଦେଖାଇ କଲମାର ୨୦ଟି ଗେଟ୍ ଖୋଲିଲା ଛତିଶଗଡ଼ । କଲମା ବ୍ୟାରେଜର ମୋଟ୍ ୬୬ଟି ଗେଟ୍ ଥିବାବେଳେ ୨୦ଗେଟ୍ ଆଜି ଖୋଲାଯାଇଛି । ଅଣମୌସୁମୀ ବେଳେ କଲମା ବ୍ୟାରେଜର ଗେଟ୍ ଖୋଳିବାକୁ ନେଇ ଆଜି ସବୁଠି ଚର୍ଚ୍ଚା ଜୋର ଧରିଛି । ତେବେ କଲମା ବ୍ୟାରେଜରୁ ପାଣି ଆସୁଥିବା ନେଇ ସୂଚନା ଦେଲେ ହୀରାକୁଦ ମୁଖ୍ୟ ଯନ୍ତ୍ରୀ ।

ସୂଚନା ଅନୁସାରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି । ତେବେ ଆସନ୍ତା ୨୯ ତାରିଖରେ ଟ୍ରିବ୍ୟୁନାଲ ଦ୍ୱିତୀୟ ପର୍ଯ୍ୟାୟରେ ଆସୁଥିବାରୁ ଛତିଶଗଡ଼ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ ୨୦ଟି ଗେଟ୍ ଦେଇ ଯେତିକି ପରିମାଣରେ ଜଳ ନିଷ୍କାସିତ ହେଉଛି, ତାହା ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି କରିବାରେ କିଛି ସହାୟକ ହେବ ନାହିଁ ବୋଲି ମଧ୍ୟ ସୂଚନା ରହିଛି ।

mahandi

ତେବେ ୨୦ଟି ଗେଟଦେଇ କେତେ ପରିମାଣର ପାଣି ବାହିରୁଛି ସେ ନେଇ କୌଣସି ତଥ୍ୟ ନାହିଁ ବୋଲି ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଟ୍ରିବ୍ୟୁନାଲ ଟିମ୍ ୨୦ ତାରିଖରେ ଛତିଶଗଡ଼ ଯାଇ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଦେଖିଥିଲେ । ଆସନ୍ତା ମେ ୧୦ ତାରିଖରେ ଟ୍ରିବ୍ୟୁନଲ ଟିମ୍ ହୀରକୁଦ ଡେଲଟା ଅଞ୍ଚଳ ପରିଦର୍ଶନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+