ଖୋଲିଲା ହୀରାକୁଦ ଜଳଭଣ୍ଡାର ୨୦ ଟି ଗେଟ୍ , ତଳିଆ ଅଞ୍ଚଳକୁ ସତର୍କ ସୂଚନା ଜାରି

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ । ଏହାକୁ ମିଶାଇ ଏବେ ମୋଟ୍ ୨୦ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ। ଆଜି ସକାଳ ସାଢେ ୯ଟାରେ ପୂଜାର୍ଚ୍ଚନା କରାଯାଇ ୭ଟି ଗେଟ୍ ଖୋଲାଯାଇଥିଲା।

hirakud jalabhandar

ଏହାପରେ ଆଉ ୭ଟି ଗେଟ୍ ଖୋଲାଯାଇଥିଲା। ବର୍ତ୍ତମାନ ଡାହାଣ ପଟେ ୬ଟି ଓ ବାମ ପାର୍ଶ୍ୱରେ ୧୪ଟି ଗେଟ୍ ଖୋଲାଯାଇଛି। ଯେହେତୁ ଡ୍ୟାମ ଭିତରକୁ ବନ୍ୟାଜଳର ପ୍ରବେଶ ବଢୁଛି, ତେଣୁ ଆଗକୁ ଆହୁରି ଅଧିକ ଗେଟ୍ ଖୋଲିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। କିନ୍ତୁ ଏବେ ଏବେ ନୁହେଁ ଆସନ୍ତାକାଲି ଜଳସ୍ତରକୁ ଦେଖି ଅଧିକ ଗେଟ୍ ଖୋଲା ଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ।

୨୦ଟି ଗେଟ୍ ଖୋଲିଥିବାରୁ ତଳିଆ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଇଛି। ପାଣି ବଢୁଥିବାରୁ ତଳିଆ ଅଞ୍ଚଳବାସୀଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ସମ୍ପୃକ୍ତ ଜିଲ୍ଲାପାଳମାନେ ସତର୍କ କରାଇଛନ୍ତି। ତେବେ ବନ୍ୟା ଜଳର ନିଷ୍କାସନ ଯାହା ରହିଛି, ତାହାକୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିନପାରେ ବୋଲି କହିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+