ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍ ଖୋଲା; ପ୍ରତି ସେକେଣ୍ଡରେ ୩ ଲକ୍ଷ ୩ ହଜାର ୯୪୨ କ୍ୟୁସେକ୍ ଜଳ ପ୍ରବେଶ

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍ ଖୋଲା । ବାମ ପଟର ୧୩ଟି ଓ ଡାହାଣ ପଟର ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ । ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୮.୫୬ ରହିଛି। ପ୍ରତି ସେକେଣ୍ଡରେ ୩ ଲକ୍ଷ ୩ ହଜାର ୯୪୨ କ୍ୟୁସେକ୍ ଜଳ ପ୍ରବେଶ ।

20 gates of Hirakud Dam opened

ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଆହୁରି ୪ଟି ଗେଟ୍‌ ଖୋଲାଯାଇଛି। ଗତକାଲି ୧୬ଟି ଗେଟ୍‌ ଖୋଲାଥିବା ବେଳେ ଆଜି ୨୦ଟି ଗେଟ୍‌ ଦେଇ ମହାନଦୀରେ ଜଳ ନିଷ୍କାସନ କରାଯାଉଛି । ଅଧିକ ଗେଟ୍‌ ଖୋଲା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଖସିବାରେ ଲାଗିଛି। ଗତକାଲି ରାତି ୯ଟାରେ ଜଳସ୍ତର ୬୨୯.୪୭ ଫୁଟ ଥିବା ବେଳେ ଆଜି ସନ୍ଧ୍ୟା ୬ଟାରେ ୬୨୮.୯୩ ଫୁଟରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ୮ଟା ସୁଦ୍ଧା) ହୀରାକୁଦ ଉପର ମୁଣ୍ଡରେ ୫୮ ମିମି ବର୍ଷା ରେକର୍ଡ କରାଯାଇଛି । ଆଜି ସନ୍ଧ୍ୟାରେ ଜଳଭଣ୍ଡାରକୁ ହାରାହାରି ୨,୭୮,୯୨୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ସର୍ବମୋଟ ୩,୬୧,୫୧୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ଏହି ସମୟରେ ସ୍ଲୁଇସ୍‌ ଗେଟ୍‌ଗୁଡ଼ିକ ଦେଇ ୩,୨୭,୨୦୦ କ୍ୟୁସେକ୍ ଓ ପାୱାର ଚ୍ୟାନେଲ୍‌ ଦେଇ ୩୧,୮୭୪ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଉଛି ।

ଶିଳ୍ପାନୁଷ୍ଠାନଗୁଡ଼ିକ ୨୪୩ କ୍ୟୁସେକ୍ ପାଣି ଟାଣୁଥିବା ବେଳେ ଜଳସେଚନ ନିମନ୍ତେ କେନାଲ୍‌ଗୁଡ଼ିକରେ ୨,୨୦୦ କ୍ୟୁସେକ୍ ପାଣି ଛଡ଼ାଯାଇଛି। ସେଥିରୁ ବରଗଡ଼ ମୁଖ୍ୟ କେନାଲରେ ୨,୧୯୩ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୭ କ୍ୟୁସେକ୍ ଜଳ ଛଡ଼ାଯାଇଥିବା ବେଳେ ଶାସନ ମୁଖ୍ୟ କେନାଲରେ ଜଳଯୋଗାଣ ବନ୍ଦ ରହିଛି। ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡ ମହାନଦୀର ଖଇରମାଳଠାରେ ୪,୯୬,୦୦୦ କ୍ୟୁସେକ୍, ବରମୂଳଠାରେ ୪,୭୨,୦୦୦ କ୍ୟୁସେକ୍ ଏବଂ ମୁଣ୍ଡଳିଠାରେ ୨,୦୯,୫୩୬ ଜଳ ପ୍ରବେଶ କରୁଛି। ଆସନ୍ତାକାଲି ସକାଳ ୬ଟା ପରେ ମୁଣ୍ଡଳିଠାରେ ଜଳପ୍ରବେଶ ହାର ପ୍ରାୟ ୬,୫୦,୦୦୦ କ୍ୟୁସେକ୍ ହୋଇଯିବ ବୋଲି ଆକଳନ କରାଯାଇଛି। ଆଜି ଦିନବେଳା ହୀରାକୁଦ ଉପର ମୁଣ୍ଡରେ ବେଶୀ ବର୍ଷା ହୋଇ ନ ଥିବାରୁ ଅଧିକ ଗେଟ୍‌ ଖୋଲାଯିବା ସମ୍ଭାବନା କମ୍। ଆସନ୍ତା ୨୮ ଆଡ଼କୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜଳଭଣ୍ଡାରକୁ ଏବେ ଖାଲି ରଖାଯାଉଛି। ଉଲ୍ଲେଖଯୋଗ୍ୟ ଯେ ରୁଲ୍‌କର୍ଭ ଅନୁସାରେ, ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର ପହିଲା ଆଡ଼କୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ଶୀର୍ଷ ସ୍ତର ୬୩୦ ଫୁଟରେ ପହଞ୍ଚିଥାଏ। କିନ୍ତୁ ଚଳିତ ବର୍ଷ ଜଳସ୍ତର ଆଗୁଆ ଶୀର୍ଷ ସ୍ତରରେ ପହଞ୍ଚି ଯାଇଥିଲା।

ଅତି ପ୍ରବଳ ବର୍ଷା: କୋରାପୁଟ ଓ ମାଲକାନଗିରି (ଅରେଞ୍ଜ ଆଲର୍ଟ)
ପ୍ରବଳ ବର୍ଷା: ମୟୂରଭଞ୍ଜ, ବାଲେଶ୍ବର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର (ୟେଲୋ ୱାର୍ଣ୍ଣିଂ)
60 କିମି ବେଗରେ ପବନ: କୋରାପୁଟ, ମାଲକାନଗିରି, ବାଲେଶ୍ବର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ।
27 September Rain Alert:

ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାକୁ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ଦକ୍ଷିଣ ଓଡ଼ିଶାର 5 ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ମଧ୍ୟ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଘଣ୍ଟାପ୍ରତି 60 କିମି ବେଗରେ ପବନ ବହିବ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପବନ 50 କିମି ବେଗରେ ବହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+