ମହାନଦୀରେ ବୁଡ଼ି ଯାଇଥିବା ୨ ନିଖୋଜ ଯୁବକ ଗୁରୁତର ଭାବେ ଉଦ୍ଧାର
ମହାନଦୀରେ ବୁଡି ଯାଇ ୨ ଜଣ ନିଖୋଜ ହୋଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସେମାନଙ୍କୁ ଚିକିତ୍ସା ପାଇଁ ଏସସିବି ମେଡିକାଲ ନିଆଯାଇଛି। ଏହି ଅଘଟଣ ଯୋବ୍ରା ଆନିକଟ ନିକଟରେ ଗୁରୁବାର ଘଟିଛି । ୬ ଜଣ ଯୁବକ ଗାଧୋଉଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଓ ଅନ୍ୟ ୨ ଜଣ ନିଖୋଜ ହୋଇଯାଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ୨ ନିଖୋଜ ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ଉକ୍ତ ଯୁବକ ମାନେ ଛିନ୍ନମସ୍ତା କାଳୀ ମନ୍ଦିର ନିକଟରେ ଗାଧୋଉଥିବା ବେଳେ ସେମାନେ ସ୍ଥାନୀୟ ନଦୀକୂଳ ସାହିର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।












Click it and Unblock the Notifications