କୂଅ ସଫା କଲାବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

କୂଅ ସଫା କରିବା ହେଲା କାଳ । ରାୟଗଡାରୁ ସାମ୍ନାକୁ ଆସିଲା ଅଭାବନୀୟ ଘଟଣା । ଶ୍ବାସରୁଦ୍ଧ ହୋଇ ଚାଲିଗଲା 2 ଜୀବନ । କୂଅ ସଫା କଲାବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ଚନ୍ଦ୍ରପୁର ଥାନା ବନ୍ଦିରି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

workers

କୂଅ ସଫା କରୁଥିବା ସମୟରେ ଶ୍ୱାସରୁଦ୍ଧ ହୋଇଥିଲେ ୨ ଶ୍ରମିକ । ତେବେ କିପରି ପରିସ୍ଥିତିରେ ଶ୍ବାସରୁଦ୍ଧ ହେଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ପ୍ରକାଶଥାଉକି, ଚଳିତ ମାସ ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଗଙ୍ଗୌର ପର୍ବ ଅବସରରେ ଗାଁ କୂଅ ସଫା କରିବାକୁ ଯାଇଥିବା ସମୟରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ପାଞ୍ଚ ଜଣ ଲୋକ ଗାଁର କୂଅ ସଫା କରିବା ପାଇଁ ଓହ୍ଲାଇଥିଲେ । ଯେତେବେଳେ ସେ ବହୁତ ସମୟ ପର୍ଯ୍ୟନ୍ତ ନଫେରିଲେ, ୩ ଅନ୍ୟ ଲୋକ ତାଙ୍କୁ ଖୋଜିବା ପାଇଁ କୂଅ ଭିତରକୁ ଓହ୍ଲାଇଗଲେ । ସମସ୍ତଙ୍କର ଶ୍ବାସରୁଦ୍ଧ ହୋଇ ଜୀବନ ଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+