ଦୀପ ନିଆଁ ଲାଗି ୨ ମହିଳା ଗୁରୁତର
ଦୀପ ନିଆଁ ଲାଗି ୨ ମହିଳା ଗୁରୁତର ।

ଆସ୍କା:ଜାଗରରେ ଅଘଟଣ । ପୂଜା ଦୀପ ଜାଳିବା ସମୟରେ ନିଆଁ ଲାଗି ମହିଳା ଗୁରୁତର । ଆହତ ମହିଳାଙ୍କୁ ଆସ୍କା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ଶରୀର ୪୦ ପ୍ରତିଶତ ପୋଡ଼ି ଯାଇଥିବା ନେଇ ସୂଚନା ରହିଛି । ପୁଡୁକେଶ୍ୱର ମନ୍ଦିର ପରିସରରେ ଲାଗିଥିବା ଦୀପରୁ ଲାଗିଲା ନିଆଁ ।
ସୂଚନା ଅନୁସାରେ, ଗଞ୍ଜାମ୍ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼କୋଦଣ୍ଡା ଗାଁରେ ଆଜି ଦୀପି ନିଆଁରେ ପୋଡି ହୋଇ ମହିଳ ଆହତ ହୋଇଛନ୍ତି । ଆହତ ମହିଳା ହେଲେ ରୀତା ପରିଡ଼ା ଅସାବଧାରଣତା ଯୋଗୁଁ ତାଙ୍କ ଶାଢୀରେ ଦୀପର ନିଆଁ ସଂସ୍ପର୍ଶରେ ଆସିଥିଲା । ଯାହା ଫଳରେ ତାଙ୍କ ଶରୀରରେ ନିଆଁ ଲାଗିଯାଇଥିସା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସେହିପରି ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ପ୍ରିୟଦର୍ଶିନୀ ରୋଡ ନିକଟରେ ଥିବା ଶିବ ମନ୍ଦିରରେ ଦୀପ ନିଆଁରେ ପୋଡିହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି । ଆହତ ମହିଳାଙ୍କୁ ପ୍ରଥମେ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତ ମହିଳା ଜଣକ ହେଲେ ପ୍ରଭାସିନୀ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications