ହାତୀ ଆକ୍ରମଣରେ ଗଲା ୨ ମହିଳାଙ୍କ ମୃତ୍ୟୁ
ଅନୁଗୁଳ:ହାତୀ ଆକ୍ରମଣରେ ଚାଲିଗଲା ୨ ମହିଳାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଅନୁକୁଳ ଜିଲ୍ଲା ବନଖଣ୍ତ ବଡକନ୍ତର ଗାଁରେ ଘଟିଛି । ମୃତ ମହିଳା ଦ୍ୱୟ ହେଲେ ୪୫ ବର୍ଷିୟ ମୂଳି ପ୍ରଧାନ ଓ ଗୌରୀ ରାଉଳ ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ଦୁଇ ମହିଳା ନିକସ୍ଥ ଆମ୍ବ ବଗିଚାକୁ ଯାଇଥିବା ସମୟରେ ଏକ ଦନ୍ତା ହାତୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ମୂଳି ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ଗୌରୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିସା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଯାହା ପରେ ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ମୃତ ମହିଳାଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଗାଁ ଲୋକେ ଦାବି କରିବା ଏହି ଅଭାବନୀୟ ଘଟଣା ପାଇଁ ବନ ବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିଛନ୍ତି ବନ୍ତଳା ବନ ବିଭାଗ କର୍ମଚାରୀ । ଗାଁ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛି ।
ସୂଚନାଥାଉ ଯେ, ପୂର୍ବରୁ ମଧ୍ୟ ହାତୀ ଆକ୍ରମଣରେ ଏପ୍ରିଲ୍ ୧୮ ତାରିଖରେ ଅନୁଗୋଳ ବନଖଣ୍ତ କନ୍ତମେଘ ଗାଁର ୬୫ ବର୍ଷିୟ ରାମୁ ସାହୁଙ୍କର ମୃତ୍ୟୁ ହୋଇଥିଲା । ପୁଣି ଆଜି ହାତୀ ଆକ୍ରମଣରେ ୨ ମହିଳାଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।












Click it and Unblock the Notifications