ଟ୍ରେନ୍ ଲାଇନରୁ ମିଳିଲା ୨ ମହିଳାଙ୍କ ମୃତଦେହ
Train Accident: ଟ୍ରେନ୍ ଲାଇନରୁ ମିଳିଲା ୨ ମହିଳାଙ୍କ ମୃତଦେହ । ଏପରି ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ କୁକୁ଼ଡାହାଡ଼ ଗାଁ ନିକଟରେ ଘଟିଛି । ଦୁଇ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁସାରେ, ଆଜି ସକାଳେ ରେଳ ଲାଇନରେ ଦୁଇ ମହିଳାଙ୍କ ଖଣ୍ତବିଖଣ୍ତିତ ମୃତ ଦେହ ଟ୍ରାକରେ ପଡିଥିବାର ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ତୁରନ୍ତ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ହେଲେ କେଉଁ କାରଣରୁ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ ।












Click it and Unblock the Notifications