ଘାଟିରେ ଓଲଟିଲା ୨ଟି ଟ୍ରକ, ଗାଡ଼ି ସହ ଜଳିଗଲେ ଡ୍ରାଇଭର
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଓଲଟିଲା ୨ଟି ଟ୍ରକ । ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ଟ୍ରକ୍ ଡ୍ରାଇଭର । ଅନ୍ୟ ଜଣେ ଟ୍ରକ ଟ୍ରାଇଭର ନିଖୋଜ ଥିବା ସୂଚନା । ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ ।
ସୂଚନା ଅନୁସାରେ, ଆଜି ପ୍ରାୟ ସକାଳ ୮ଟାରେ ଏକ ତେଲ ଟ୍ରକ ସହ ଏକ ଟ୍ୟାଙ୍କର କେନ୍ଧୁଝରରୁ ବାରିପଦା ଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ତଳକୁ ଓହ୍ଲାଉଥିବା ବେଳେ ୨ଟି ଗାଡ଼ି ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସି ପଡିଥିଲା । ଯାହା ପରେ ଗୋଟିଏ ଟ୍ରକରେ ନିଆଁ ଲାଗି ଡ୍ରାଇଭର ଜଳି ଯାଇଥିବା ବେଳେ ଅନ୍ୟ ଜଣେ ଡ୍ରାଇଭରଙ୍କ ପତ୍ତା ମିଳୁ ନାହିଁ ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ହେଲେ ନିଆଁ କାବୁ କରିବା ସମ୍ଭବର ହୋଇ ପାରି ନାହିଁ । ସେହିପରି ଟ୍ରକ ଭିତରେ ଥିବା ମୃତଦେହକୁ ଉଦ୍ଧାର କରାଯାଇ ପାରିନି । ସେହିପରି ଟ୍ରକ୍ ତଳେ ଅନ୍ୟ ଜଣେ ଡ୍ରାଇଭର ଚାପି ହୋଇ ରହିଯାଇଥିବା ନେଇ ଅନୁମାନ କରାଯାଉଛି । ଖବର ଲେଖିବା ପର୍ଯ୍ୟନ୍ତ ତାଙ୍କୁ ଉଦ୍ଧାର କରିବାରେ ସମ୍ଭବ ହୋଇପାରି ନାହିଁ ।
ଟ୍ରକ ଦୁଇଟି ଯାକ କେନ୍ଦୁଝର ପଟୁ ଘାଟି ରାସ୍ତା ଦେଇ ତଳକୁ ଓହ୍ଲାଉ ଥିବା ବେଳେ ସେମାନେ କେଉଁଠିକୁ ଯାଉଥିଲେ ତାହେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଉଭୟ ଗାଡ଼ି ଡ୍ରାଇଭରଙ୍କ ପରିଚୟ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଦୁର୍ଘଟଣା ପରେ ରାସ୍ତାରେ ଅନ୍ୟ ଗାଡ଼ି ଜାମ ଲାଗିଥିବା ଦେଖିବା ପାଇଁ ମିଳୁଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କକିଛି ।












Click it and Unblock the Notifications