ପ୍ରବଳ ବର୍ଷା ଓ ଭୂସ୍ଖଳନ ପାଇଁ ୨ଟି ଟ୍ରେନ୍‌ ବାତିଲ୍‌

ପୂର୍ବତଟ ରେଳପଥର ରାୟଗଡ଼ା ରେଳ ଡିଭିଜନ ଅନ୍ତର୍ଗତ ଲିଲିଗୁମା, ଭାଲୁମସ୍କା ନିକଟରେ ରେଳଧାରଣା ଉପରେ ପାଣି ଜମି ରହିଥିବାରୁ କେଆର ଲାଇନରେ ଟ୍ରେନ ଚଳାଚଳକୁ ସ୍ଥଗିତ ରଖାଯାଇଛି। ହାୱଡ଼ାରୁ ଜଗଦଲପୁର ଅଭିମୁଖେ ଯାଉଥିବା ସମଲେଶ୍ଵରୀ ଟ୍ରେଡ଼ କେଉଟଗୁଡ଼ା ନିକଟରେ ଦୀର୍ଘ ୨ଘଣ୍ଟା ଧରି ଅଟକି ରହିଛି। ରେଳ ଆଗକୁ ଯିବା ନେଇ ଅନିଶ୍ଚିତତା ରହିଛି। ଗତକାଲି ରାତିଠୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି I ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛିI

2 trains cancelled

ଗତ ୨୪ ଘଣ୍ଟା ଧରି ରାୟଗଡ଼ା ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାୟଗଡ଼ା ସହର ଅଧିଷ୍ଟ୍ରାତ୍ରୀ ଦେବୀ ମାଁ ମଝିଘରିଆଣି ମନ୍ଦିର ନିକଟରେ ଲଗାଣ ବର୍ଷା ହେବା ଫଳରେ ପାହାଡ଼ ଧସି ରେଳବାଇ ଟ୍ରାକ ଉପରେ ପଥର ପଡିଥିବା ଦେଖିବାକୁ ମିଳିଛି। ପହାଡ଼ରେ ଭୁସ୍ଖଳନ ହେବା ଯୋଗୁଁ ବଡ଼ବଡ଼ ପଥର ଟ୍ରେନ୍‌ ଟ୍ରାକ୍‌ ଉପରେ ପଡ଼ିଛି। ଫଳରେ ଟ୍ରାକ୍‌ ଭାଙ୍ଗିଯିବା ସହ ଏହାର ଉପରେ ମାଟି ଅତଡା ଜମା ହୋଇରହିଛି। ଫଳରେ ବିଶାଖାପାଟଣା ଠାରୁ ରାୟଗଡ଼ା ଦେଇ ଯାଉଥିବା ରେଳବାଇ ଟ୍ରାକରେ ଗମନାଗମନ ବାଧାପ୍ରାପ୍ତ ହୋଇଥବା ଜଣାପଡ଼ିଛି। ବିଭାଗ ସିଙ୍ଗଲ ଲାଇନରେ ଟ୍ରେନ୍‌ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+