ନବରଙ୍ଗପୁର ୨ ରୁବେଲା ରୋଗୀ ଚିହ୍ନଟ
2 Rubella Virus Patients Identified In Odisha: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୨ ଶିଶୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ତି ବ୍ଲକ ପୋଡାଲଗୁଡା ଗାଁର । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଆକ୍ରାନ୍ତ ଶିଶୁଙ୍କ ଶରୀରରେ ଘିମିତି ସଦୃଶ୍ୟ ହେବା ସହ ଥଣ୍ତା, କାଶ ଏବଂ ଜ୍ୱର ହୋଇଥିବା ନେଇ ସୂଚନା । ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୭ ରୁ ୨ ବର୍ଷ । ରୁବେଲା ଚିହ୍ନଟ ହେବା ପରେ ପୋଡ଼ାଲଗୁଡା ଗାଁରେ WHO ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ସୂଚନା ଅନୁସାରେ, ବର୍ତ୍ତମାନ ଘରେ ଘରେ ଏହି ରୋଗ ପାଇଁ ଆଶାକର୍ମୀଙ୍କ ମାଧ୍ୟମରେ ସଚେତନ କରାଯାଉଛି । ଏହା ଏକ ଭୂତାଣୁ ଜନିତ ରୋଗ ଯାହା ବାୟୁରେ ମଣ୍ତଳରେ ବ୍ୟାପିଥାଏ । ଦୁଇ ଆକ୍ରାନ୍ତଙ୍କୁ ସଂଗରୋଦ୍ଧ କରାଯାଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications