ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ +୨ ରେଜଲ୍ଟ
ଭୁବନେଶ୍ୱର: ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ +୨ ରେଜଲ୍ଟ । କାଲି ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀ orissaresults.nic,in or chseodisha.nic.in. ୱେବସାଇଟରେ ଯାଇ ନିଜ ରେଜଲ୍ଟ ଜାଣିପାରିବେ ।
ସୂଚନାଥାଉ ଯେ, ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ଦୁଅ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ୍ ୫ ତାରିଖରେ ଶେଷ ହୋଇଥିଲା । ଏଥର ମୋଟ୍ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

କଳାରେ ୨ ଲକ୍ଷ ୧୯ ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଯୁକ୍ତ ୨ ଖାତା ଦେଖା ଏପ୍ରିଲ୍ ୧୦ ତାରିଖରୁ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଅନଲାଇନ୍ ଖାତା ଦେଖା ହୋଇଥିଲା । ପ୍ରାୟ ୩ ହଜାର ଓ ଅଫଲାଇନରେ ପ୍ରାୟ ୫ ହଜାର ମୂଲ୍ୟାୟନକରୀ ନିୟୋଜିତ ହୋଇଥିଲେ ।












Click it and Unblock the Notifications