Get Updates
Get notified of breaking news, exclusive insights, and must-see stories!

ମେ' ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର: ମେ'ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ସୂଚନା ଦେଲେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିପରି ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା । ଏପ୍ରିଲ୍ ୨୩ ତାରିଖ ଯାଏ ଚାଲିବ ପ୍ରଥମ ପର୍ଯ୍ୟାୟ ଖାତା ଦେଖା । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ମେ'୭ ତାରିଖରେ ଶେଷ ହେବ ।

+2 result

ସୂଚନା ଅନୁସାରେ, ମେ'୭ ତାରିଖରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସରିବା ପରେ ଟାବୁଲେସନ ପ୍ରକ୍ରିୟା ଆରମ୍ଭ ହେବ । ଏହା ପରେ ମେ'ମାସ ଶେଷ ସୁଦ୍ଧା ପ୍ଲସ୍ ୨ ଫଳାଫଳ ଘୋଷଣା କରାଯାଇ ପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାଥାଉ ଯେ, ଚଳିତ ବର୍ଷ ୬୫ଟି ଅଫଲାଇନ୍ ସେଣ୍ଟର ଏବଂ ୩୯ଟି ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ । ୬୬୨ ବର୍ଗ ଅଧ୍ୟାପକମାନେ ଏଥର ଖାତା ଦେଖାରେ ଯୋଗ ଦେବେ ଯେଉଁଥି ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସୂଚନାଥାଉ ଯେ, ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ସାରା ରାଜ୍ୟରେ +2 ପରୀକ୍ଷା ଆରମ୍ଭ ହୋଇଥିଲା । ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ଯୁକ୍ତ ଦୁଇ ପରୀକ୍ଷା । ଏଥର ବିଜ୍ଞାନରେ ୯୧, ୩୭୯, ବାଣିଜ୍ୟରେ ୨୩,୧୪୮ ଜଣ, କଳାରେ ୨ ଲକ୍ଷ ୨୯ ହଜାର ୧୧୦ଜଣ ପରୀକ୍ଷାର୍ଥୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହାଜର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁଥି ପାଇଁ ରାଜ୍ୟରେ ମୋଟ୍ ୧୧ ଶହ୍ ୪୫ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ହବ୍ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+