କଟକରେ ହାତୀ ଉପଦ୍ରବ: ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ
କଟକରେ ହାତୀ ଉପଦ୍ରବ: ଆକ୍ରମଣରେ ଗଲା ୨ ଜୀବନ ।
କଟକ: କଟକ ଜଗତପୁରରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଗଲାଣି ୨ ଜୀବନ । ଜଗତପୁର ଗୋଲେଇ ଛକ ଠାକୁ ଆଇବି ରୋଡ଼ ପର୍ଯ୍ୟନ୍ତ ଯାତାୟତ ନ କରିବା ପାଇଁ ସତର୍କତା ଜାରି କଲା ବନ ବିଭାଗ । ସେପଟେ ଯୋବ୍ରା ଆନିକଟରେ ଗୋଟିଏ ହାତୀର ମୃତଦେହ ଲାଗିଛି । ନଦୀ ପାର୍ କରୁଥିବା ସମୟରେ ଭାସିଯାଇ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଗତକାଲି ସାରା ରାତି ଜଗତପୁରରେ ହାତୀପଲର ଉପଦ୍ରବ ଜାରି ରହିଥିଲା । ହାତୀ ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆଜି ଭୋର ସମୟରେ ହାତୀ ଆକ୍ରମଣରେ ନିମପୁରର ବୃଦ୍ଧା ଓ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି ହାତୀପଲ ଘରଦ୍ୱାର ଓ ଗାଡ଼ିମୋଟର ମଧ୍ୟ ଭାଙ୍ଗିଦେଇଛନ୍ତି । ଘଟଣାସ୍ଥଳରେ ବନ ବିଭାବ ଓ ପୋଲିସ ପହଁଚି ହାତୀଙ୍କୁ ଘଉଡା଼ଇବାକୁ ଚେଷ୍ଟା କରୁଛନ୍ତି ।












Click it and Unblock the Notifications